ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ନେଇ ୟୁରୋପୀୟ ମଡେଲକୁ ଇଣ୍ଡିକେସନ ଭାବେ ନେଇ ଆମେ ପ୍ରସ୍ତୁତ ହେଉଛୁ । ଆଇଏମଡି ସହ ନିରନ୍ତର ଯୋଗାଯୋଗରେ ରହିଛୁ ବୋଲି କହିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଲଘୁଚାପ ହେବ ଏବଂ ପରେ ଅବପାତର ରୂପ ନେବ । ଆନ୍ଧ୍ର ପ୍ରଦେଶର ସମୁଦ୍ର ତଟ ଛୁଇଁବ, ହେଲେ କେତେ କ୍ଷତି ହେବ ସେନେଇ ଆଇଏମଡି ପକ୍ଷରୁ ସଠିକ ଆକଳନ ଏପର୍ଯ୍ୟନ୍ତ କରାଯାଇନି । ଓଡିଶାବାସୀ ବିଚଳିତ ହୁଅନ୍ତୁ ନାହିଁ, ସରକାର ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ସୁରେଶ ପୂଜାରୀ ।
ସମ୍ଭାବ୍ୟ ବାତ୍ୟାକୁ ନେଇ ଆଗୁଆ ସତର୍କତା ଓ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେଇ ମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାବାସୀ ବିଚଳିତ ହେବାର ଆବଶ୍ୟକତା ନାହିଁ । ସରକାର ପରିସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି । ସମ୍ଭାବ୍ୟ ବାତ୍ୟାକୁ ନେଇ ଏବେ ସମସ୍ତଙ୍କ ନଜର ଆଇଏମଡିର ପରବର୍ତ୍ତୀ ପାଣିପାଗ ଆକଳନ ଉପରେ ରହିଛି । ଆଧିକାରିକ ସୂଚନା ଆସିବା ପରେ ବାତ୍ୟାର ପ୍ରକୃତ ସ୍ଥିତି ଓ ଓଡ଼ିଶା ଉପରେ ଏହାର ସମ୍ଭାବ୍ୟ ପ୍ରଭାବ ସମ୍ପର୍କରେ ଅଧିକ ସ୍ପଷ୍ଟତା ମିଳିପାରିବ ।