ଖୁବ୍ ଶୀଘ୍ର ଆସୁଛି ‘ଗଭର୍ଣ୍ଣର’ : ବିପୁଲ ଶାହଙ୍କ ସହ କାମ କରିବା ଥିଲା ସ୍ୱପ୍ନ, କହିଲେ ମନୋଜ ବାଜପେୟୀ

0

ବଲିଉଡ୍ ଅଭିନେତା ମନୋଜ ବାଜପେୟୀଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଗଭର୍ଣ୍ଣର’ ଖୁବ୍ ଶୀଘ୍ର ଦର୍ଶକଙ୍କ ସମ୍ମୁଖକୁ ଆସିବାକୁ ଯାଉଛି । ଫିଲ୍ମକୁ ନେଇ ଏବେଠାରୁ ଦର୍ଶକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳୁଛି । ନିକଟରେ ଫିଲ୍ମର ଟ୍ରେଲର ଓ ଟିଜର ରିଲିଜ୍ ହୋଇଥିବା ବେଳେ ଏହା ଦର୍ଶକଙ୍କ ଉତ୍ସାହକୁ ଆହୁରି ଦ୍ୱିଗୁଣିତ କରିଦେଇଛି ।

ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମରେ ୧୯୯୦ ଦଶକର ଆର୍ଥିକ ସଙ୍କଟର ଝଲକ ଦେଖିବାକୁ ମିଳିଛି । ଟ୍ରେଲରରେ ସେହି ସମୟର ଉତ୍ତେଜନାପୂର୍ଣ୍ଣ ଓ ଚ୍ୟାଲେଞ୍ଜିଂ ପରିସ୍ଥିତିକୁ ନିପୁଣ ଭାବେ ଚିତ୍ରଣ କରାଯାଇଛି । ମନୋଜ ବାଜପେୟୀ ଓ ଆଦା ଶର୍ମାଙ୍କ ଦମଦାର ଅଭିନୟ ଫିଲ୍ମର ଆକର୍ଷଣକୁ ଆହୁରି ବଢ଼ାଇଦେଇଛି ।

ଟ୍ରେଲର ଲଞ୍ଚ ଅବସରରେ ମନୋଜ ବାଜପେୟୀ ନିଜ ଅନୁଭବ ସେୟାର କରି କହିଥିଲେ, “ମୁଁ ବହୁ ବର୍ଷ ଧରି ବିପୁଲ ଅମୃତଲାଲ ଶାହଙ୍କ ସହ କାମ କରିବାକୁ ଅପେକ୍ଷା କରିଥିଲି । ଶେଷରେ ଏହି ଫିଲ୍ମ ମାଧ୍ୟମରେ ସେହି ସୁଯୋଗ ପାଇଛି । ଏହା ମୋର ଦୀର୍ଘଦିନର ସ୍ୱପ୍ନ ଥିଲା ।”

‘ଗଭର୍ଣ୍ଣର’ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଚିନ୍ମୟ ମାଣ୍ଡଲେକର । ବିପୁଲ ଅମୃତଲାଲ ଶାହ ଏହାର ପ୍ରଯୋଜନା କରିଥିବା ବେଳେ ଅଶ୍ୱିନ ଏ. ଶାହ ସହ-ପ୍ରଯୋଜନାର ଦାୟିତ୍ୱ ନେଇଛନ୍ତି ।

ଫିଲ୍ମର ସଙ୍ଗୀତକୁ ନେଇ ମଧ୍ୟ ଦର୍ଶକଙ୍କ ମଧ୍ୟରେ ବେଶ ଆଗ୍ରହ ଦେଖିବାକୁ ମିଳୁଛି । ଏଥିରେ ଜାଭେଦ ଅଖତର ଓ ଅମିତ ତ୍ରିବେଦୀଙ୍କ କଣ୍ଠସ୍ୱର ଶୁଣିବାକୁ ମିଳିବ ।

ସୂଚନାଯୋଗ୍ୟ, ଫିଲ୍ମଟି ଆସନ୍ତା ଜୁନ୍ ୧୨ ତାରିଖରେ ସିନେମା ହଲ୍‌ରେ ମୁକ୍ତିଲାଭ କରିବାକୁ ଯାଉଛି । ବର୍ତ୍ତମାନଠାରୁ ଫିଲ୍ମକୁ ନେଇ ସୋସିଆଲ୍ ମିଡିଆରେ ଚର୍ଚ୍ଚା ଜୋର ଧରିଛି ।

Leave A Reply

Your email address will not be published.