ରାଜ୍ୟରେ ହିଟ୍ଓ୍ବେଭ୍ ଜାରି: ସବୁଠୁ ଉତ୍ତପ୍ତ ଝାରସୁଗୁଡ଼ା
ରାଜ୍ୟରେ ପ୍ରବଳ ଖରା ଓ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ତାପମାତ୍ରା ୪୨ ଡିଗ୍ରୀ ଟପିଛି। ଶୁକ୍ରବାର ଦିନ ସାଢ଼େ ୨ଟାରେ ଝାରସୁଗୁଡ଼ାରେ ତାପମାତ୍ର ୪୨ ଡିଗ୍ରୀ ସେଲ୍ସିୟସ୍ ଟପିଯାଇ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛି। ସମ୍ବଲପୁରରେ ୪୧.୬ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ରାଉରକେଲା ୪୦.୨, ହୀରାକୁଦ ୪୦ ଏବଂ ଭୁବନେଶ୍ବର ଓ ଚାନ୍ଦବାଲିରେ ତାପମାତ୍ରା ୩୯.୮ ଡିଗ୍ରୀ ସେଲ୍ସିୟସ୍ ରେକର୍ଡ ହୋଇଛି।
ସୂଚନା ଯୋଗ୍ୟ, ଗୁରୁବାର ଝାରସୁଗୁଡ଼ାରେ ତାପମାତ୍ରା ସର୍ବାଧିକ ୪୧.୪ ଡିଗ୍ରୀ ସେଲ୍ସିୟସ୍ ରେକର୍ଡ ହୋଇଥିଲା। ଏହା ତଳକୁ ବଲାଙ୍ଗୀରରେ ୪୦.୮ ଡିଗ୍ରୀ, ବୌଦ୍ଧରେ ୪୦.୫ ଡିଗ୍ରୀ, ସୋନପୁରରେ ୪୦.୨ ଡିଗ୍ରୀ, ହୀରାକୁଦରେ ୪୦.୧ ଡିଗ୍ରୀ ତାପମାତ୍ରା ରହିଥିଲା।
ତେବେ ଆସନ୍ତା ୩ଦିନ ହିଟ୍ଓ୍ବେଭ୍ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଉଭୟ ଦିନ ଓ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଳି ପାଣିପାଗ ବିଭାଗ ପକ୍ଷରୁ ପୂର୍ବନୁମାନ କରାଯାଇଛି।
ଅନ୍ୟପକ୍ଷେ ୨୯ ତାରିଖରେ ହିଟ୍ଓ୍ବେଭ୍ ପରିମାଣ ବଢ଼ିବାକୁ ଥିବାବେଳେ ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି ଆଦି ଜିଲାକୁ ୟେଲୋ ଓ୍ବାର୍ନିଂ ରହିଛି।