ମାଲକାନଗିରି (ଆମ ଟିଭି): ମାଲକାନଗିରିରେ ମିଳୁନି ପେଟ୍ରୋଲ । ଜିଲ୍ଲାରେ ପେଟ୍ରୋଲ ଡିଜେଲ ଦେବା ନେଇ କଟକଣା ଜାରି କଲା ଜିଲ୍ଲା ଯୋଗାଣ ବିଭାଗ । ବର୍ତ୍ତମାନ ସମସ୍ତ ପେଟ୍ରୋଲ ପମ୍ପରେ ଭିଡ଼ ଦେଖିବାକୁ ମିଳୁଛି । ଡିପରୁ ତେଲ ନଆସୁଥିବାରୁ ସମସ୍ୟା ଉପୁଜିଛି । ଜିଲ୍ଲାର ଅନେକ ପେଟ୍ରୋଲ ପମ୍ପରେ ତେଲ ନଥିବା ଦେଖିବାକୁ ମିଳିଛି ।