ଆଗାମୀ ୪୮ ଘଣ୍ଟା ଯାଏଁ ପ୍ରବଳ ବର୍ଷିବ

0

ଭୁବନେଶ୍ୱର (ଆମ ଟିଭି): ସାରା ରାଜ୍ୟରେ ଲାଗି ରହିଛି ଲଘୁଚାପ ଜନିତ ଲଗାଣ ବର୍ଷା। ଆଜି ଅଧିକାଂଶ ଜାଗାରେ ଦୁର୍ଗା ପୂଜା ଭସାଣୀ ଥିବାବେଳେ, ବର୍ଷା ତାହାକୁ ଫିକା ପକାଇ ଦେଇଛି। ଆଗାମୀ ୨୪ରୁ ୪୮ ଘଣ୍ଟା ଯାଏଁ ରାଜ୍ୟରେ ଲାଗି ରହିବ ବର୍ଷା । ଉପକୂଳ ଓଡ଼ିଶାରେ ବର୍ଷାର ପ୍ରଭାବ ସାମାନ୍ୟ ଅଧିକ ରହିବା ନେଇ ପୂର୍ବାନୁମାନ । ଦକ୍ଷିଣ ଉପକୂଳ ଓ ତାର ପାଶ୍ୱର୍ ଜିଲ୍ଲାରେ ଲାଗି ରହିବ ବର୍ଷା । ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ପ୍ରଭାବ କମିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି ।

ଖୋର୍ଦ୍ଧା,ପୁରୀ,ଗଂଜାମ,ଗଜପତି,ମାଲକାନଗିରି,କୋରାପୁଟ,କେନ୍ଦ୍ରାପଡ଼ା,ଜଗତସିଂହପୁର ଜିଲ୍ଲାରେ ବର୍ଷାର ପ୍ରଭାବ ରହିବ । ୪୮ ଘଣ୍ଟା ପରେ ପାଗରେ ପରିବର୍ତନ ହେବ ।

Leave A Reply

Your email address will not be published.