ଆସୁଛି ବଡ଼ ବର୍ଷା; ଆଗାମୀ ଦୁଇ ଦିନ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ପବନ

0

ଭୁବନେଶ୍ୱର (ଆମ ଟିଭି): ଆସୁଛି ବଡ଼ ବର୍ଷା। ଆଗାମୀ ଦୁଇ ଦିନ ଘଡ଼ଘଡ଼ି ସହ ବର୍ଷା ପବନ ହେବା ସମ୍ଭାବନା ରହିଛି। ଏନେଇ କିଛି ଜିଲାକୁ ଆଞ୍ଚଳିକ ପାଣିପାଗ ବିଭାଗର ସତର୍କ ସୂଚନା ଜାରି କରାଯାଇଛି। ତେବେ ଆଗାମୀ ୪୮ ଘଣ୍ଟା ପରେ ରାଜ୍ୟରେ ପୁଣି ବଢିବ ତାତି । ୨ ରୁ ୪ ଡିଗ୍ରୀ ତାପମାତ୍ରା ବଢିବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

ସୂଚନା ଅନୁଯାୟୀ, ୧୬ ପରଠୁ ପାଗରେ ପରିବର୍ତ୍ତନ ହେବା ସହ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବ। ଗତ ୨୪ ଘଣ୍ଟାରେ ଢେଙ୍କାନାଳରେ ସର୍ବାଧିକ ୬୪ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଆଗାମୀ ୩ ଦିନ ରାଜ୍ୟରେ ବିକ୍ଷିପ୍ତ ବର୍ଷା ଦେଖିବାକୁ ମିଳିବ । ୪ ଦିନ ପରେ ବର୍ଷାର ପରିମାଣ କମି ପାଗ ଶୁଖିଲା ହେବ । ଏହାସହ ତାପମାତ୍ରା ବୃଦ୍ଧି ପାଇବ ।

Leave A Reply

Your email address will not be published.