ଇଲେକ୍ଟ୍ରି ବାଇକ ଚଳାଉଥିଲେ ହେଲମେଟ୍ ବାଧ୍ୟତାମୂଳ: ଦିଲ୍ଲୀ ହାଇକୋର୍ଟ

0

ନୂଆଦିଲ୍ଲୀ (ଆମ ଟିଭି): ଆପଣ ଯଦି ଇଲେକ୍ଟ୍ରି ଗାଡ଼ି ଚଳାଉଥାନ୍ତି ବା ଇଲେକ୍ଟ୍ରି ବାଇକ୍ ଚଳାଉଛନ୍ତି, ତାହେଲେ ଆପଣଙ୍କ ପାଇଁ ଏହି ଖବର ନିହାତି ଗୁରୁତ୍ୱପୂର୍ଣ୍ଣ । ଇଭି ବାଇକ ଚଲାଇବା ବେଳେ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ । ଦିଲ୍ଲୀ ହାଇକୋର୍ଟ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଏହା କହିଛନ୍ତି । ସେହିପରି ବୀମା କରିବା ମଧ୍ୟ ବାଧ୍ୟତାମୂଳକ ବୋଲି କୋର୍ଟ ରାୟରେ କହିଛନ୍ତି । ଯେଉଁମାନେ ଇଭି ଚଳାଇବା ବେଳେ ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ ଆଇନ ଅନୁସାରେ ଜରିମାନା ଲଗାଇବା ଭଳି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଦୁଇ ଚକିଆ ଗାଡି ଚାଳକଙ୍କ ପାଇଁ ବୀମା ଓ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ ।

କିନ୍ତୁ ଇଭି ଚଳାଉଥିବା ଚାଳକ ବୀମା କରୁନାହାନ୍ତି କି ଗାଡି ଚଳାଇବା ବେଳେ ହେଲମେଟ୍ ପିନ୍ଧୁନାହାନ୍ତି । ହାଇକୋର୍ଟ ଜନସ୍ୱାର୍ଥ ମାମଲାର ଶୁଣାଣି କରି କହିଛନ୍ତି, ସୁରକ୍ଷା ଦୃଷ୍ଟିରୁ ଇଭି ଗାଡି ଚାଳକ ହେଲମେଟ୍ ପିନ୍ଧିବା ଆବଶ୍ୟକ । ଇଲେକ୍ଟ୍ରିକ୍ ମୋଟରସାଇକଲ୍ ଓ ସ୍କୁଟର ଚାଳକଙ୍କ ପାଇଁ ହେଲମେଟ୍ ବାଧ୍ୟତାମୂଳକ କରିବାକୁ ହାଇକୋର୍ଟରେ ଆବେଦନ କରାଯାଇଥିଲା ।

 

Leave A Reply

Your email address will not be published.