କେରଳରେ ନିପା ଭାଇରସ୍ ଆତଙ୍କ: ଘଟଣାସ୍ଥଳରେ କେନ୍ଦ୍ରୀୟ ଟିମର ତଦନ୍ତ

0

ନୂଆଦିଲ୍ଲୀ (ଆମ ଟିଭି): ସାରା ଦେଶରେ ନିପା ଭାଇରସକୁ ନେଇ ଆତଙ୍କ ଖେଳିଯାଇଛି । ବିଶେଷକରି କେରଳରେ ଏହା ଭୟଙ୍କର ରୂପ ଧାରଣ କରିଛି । ଏହାରି ଭିତରେ ଅନ୍ୟ ଜଣେ ରୋଗୀଙ୍କୁ କେରଳରେ ଚିହ୍ନଟ କରାଯାଇଛି । ଏହା ସହିତ ନିପା ସଂକ୍ରମଣର ମୋଟ ମାମଲା ୬କୁ ବୃଦ୍ଧି ପାଇଛି । ନିକଟରେ ଦୁଇଜଣ ରୋଗୀଙ୍କ ନିପାରେ ମୃତ୍ୟୁ ଘଟିଛି । କେରଳର କୋଝିକୋଡ ଜିଲ୍ଲା ପ୍ରଭାବିତ ହୋଇଛି । ଅଗଷ୍ଟ ୩୦ରେ ଜଣେ ୪୭ ବର୍ଷୀୟ ରୋଗୀର ପ୍ରଥମେ ମୃତ୍ୟୁ ହୋଇଥିଲା । କେରଳରେ ନିପା ଭାଇରସ ବ୍ୟାପୁଥିବା ଦେଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ଏକ ଉଚ୍ଚସ୍ତରୀୟ ବୈଠକ କରିଛି ।

ଏକ କେନ୍ଦ୍ରୀୟ ଟିମ୍ ଆସି ପ୍ରଭାବିତ ଜିଲ୍ଲା ବୁଲି ସମୀକ୍ଷା କରୁଛି । ଏହି ସମୟରେ, ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ଏକ ବାୟୋସଫେଟି ଲେଭଲ୍ -୩ କଂଟେନମେଂଟ ମୋବାଇଲ୍ ଲାବୋରେଟୋରୀ ପ୍ରସ୍ତୁତ କରିଛି । ଯାହା ଜିଲ୍ଲା ସ୍ତରରେ ଏହି ସଂକ୍ରମଣର ମୁକାବିଲା କରିବାରେ ସହାୟକ ହେବ । କେରଳରେ ସ୍କୁଲ ଓ କାର୍ୟ୍ୟାଳୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.