ହାଇଟେକ୍ ବିସ୍ଫୋରଣ ଘଟଣା: ତୃତୀୟ ବ୍ୟକ୍ତିଙ୍କର ମୃତ୍ୟୁ

0

ଭୁବନେଶ୍ୱର: ହାଇଟେକ୍ ବିସ୍ଫୋରଣ ଘଟଣାକୁ ନେଇ ପ୍ରତିଦିନ କିଛି ନା କିଛି ନୂଆ ତଥ୍ୟ ସାମ୍ନାକୁ ଆସୁଛି । ହାଇଟେକ୍ ବିସ୍ଫୋରଣ ଘଟଣାରେ ତୃତୀୟ ବ୍ୟକ୍ତିଙ୍କର ମୃତ୍ୟୁ- ନିଜକୁ ଦିଲ୍ଲୀପ କହୁଥିବା ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ସୂଚନା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ଘଟଣାରେ ତୃତୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ।

ଭୁବନେଶ୍ୱର ପାଣ୍ଡରାସ୍ଥିତ ହାଇଟେକ୍ ହସ୍ପିଟାଲରେ ଏସି କଂପ୍ରେସର ବିସ୍ଫୋରଣ ଘଟଣାରେ ଶୁକ୍ରବାର ନୂଆ ଟ୍ୱିଷ୍ଟ୍ ସାମ୍ନାକୁ ଆସିଥିଲା । ହାଇଟେକରେ ବିସ୍ଫୋରଣ ଘଟଣାରେ ଦିଲ୍ଲୀପଙ୍କ ମୃତ୍ୟୁ ଖବର ନୂଆ ମୋଡ ନେଇଥିଲା। ଦିଲ୍ଲୀପ ସାମନ୍ତରାୟ ଜୀବିତ ଥିବା ମେଡିକାଲ କର୍ତ୍ତୃପକ୍ଷ କହିଥିଲେ । ଦ୍ୱନ୍ଦ୍ୱ ଦୂର ପାଇଁ ଡିଏନ୍ଏ ଟେଷ୍ଟ କରାଯିବ ବୋଲି କୁହାଯାଇଥିଲା। ସ୍ୱାମୀ ଦିଲ୍ଲୀପଙ୍କ ମୃତ୍ୟୁ ହୋଇଥିବା ଭାବି ତାଙ୍କ ପତ୍ନୀ ଆତ୍ମହତ୍ୟା କରିଥିଲେ।

ଶୁକ୍ରବାର ହାଇଟେକ୍ ମେଡିକାଲ୍ ବିସ୍ଫୋରଣ ଘଟଣାରେ ମୃତ୍ୟୁକୁ ନେଇ ଦ୍ୱନ୍ଦ୍ୱ ଘଟଣାରେ ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ଏନେଇ ସୂଚନା ଦିଆଯାଇଥିଲା । ସେମାନେ ନିଜ ଉପରୁ ଦୋଷ ହଟାଇ ନିୟମ ଅନୁସାରେ ମୃତ ଦେହ ପୁଲିସ କୁ ହସ୍ତାନ୍ତର କରାଯାଇଥିଲା ବୋଲି ସଫେଇ ଦେଇଥିଲେ ।

Leave A Reply

Your email address will not be published.