ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ନେଇ ଆଜି ବସିବ ଗୁରୁତ୍ଵପୂର୍ଣ୍ଣ ବୈଠକ

0

ପୁରୀ (ଆମ ଟିଭି): ମରାମତି ହେବ ଶ୍ରୀମନ୍ଦିର ନାଟ ମଣ୍ଡପ। ଏଥିପାଇଁ ପ୍ରସ୍ତୁତ ହେବ ଏସ୍‌‌ଓପି। ଏନେଇ ଆଜି ଅପରାହ୍ଣରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ। ଶ୍ରୀମନ୍ଦିର ପ୍ରଶାସନ,ଏଏସଆଇ ଓ ସେବାୟତଙ୍କୁ ନେଇ ଏହି ବୈଠକ ହେବ। କେତେବେଳେ ମରାମତି କାର୍ଯ୍ୟ ହେବ ସେନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବ। କେତେବେଳେ କାମ ହେବ ତାହା ସ୍ଥିର କରାଯିବା ସହ ସ୍ୱତନ୍ତ୍ର ବାରିକେଡ୍‌‌ ହେବ। ଭାରା ଓ ମଞ୍ଚା ବନ୍ଧାଯିବା ପରେ ମରାମତି କାମ ଆରମ୍ଭ ହେବ। ମରାମତି ପ୍ରକ୍ରିୟା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଆଜି ମରାମତି କାର୍ଯ୍ୟ ଆରମ୍ଭ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ ଆଜି (ମଙ୍ଗଳବାର)ଠାରୁ ଆରମ୍ଭ ହେବ। ଏ ନେଇ ପ୍ରତ୍ନତତ୍ତ୍ବ ବିଭାଗ (ଏଏସ୍‌ଆଇ)କୁ ଉଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି। ମରାମତି କାର୍ଯ୍ୟର ଅଗ୍ରଗତି ନେଇ ପ୍ରତି ୧୫ ଦିନରେ ଅଦାଲତ ମିତ୍ର (ଆମିକସ୍‌କ୍ୟୁରୀ) ସତ୍ୟପାଠ ଜରିଆରେ ଅଦାଲତଙ୍କୁ ରିପୋର୍ଟ ପ୍ରଦାନ କରିବେ। ମନ୍ଦିର ପ୍ରଶାସନ ଏଏସ୍‌ଆଇକୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବେ।

Leave A Reply

Your email address will not be published.