ମୁଁ ଖୋଲାଖୋଲି ଭାବେ ହିନ୍ଦୁତ୍ୱ ରାଜନୀତି କରୁଛି: ହିମନ୍ତ ବିଶ୍ଵଶର୍ମା

0

ନୂଆଦିଲ୍ଲୀ (ଆମ ଟିଭି );  ବିଧାନସଭା ନିର୍ବାଚନକୁ ନେଇ ଉଠୁଛି ପଡୁଛି ରାଜସ୍ଥାନ ରାଜନୀତି ।  ରାଜସ୍ଥାନରେ ନଭେମ୍ବର ୨୫ ତାରିଖରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏହି କ୍ରମରେ ରାଜ୍ୟରେ ବାହାର ନେତାଙ୍କ ଭିଡ ଲାଗିଛି । କଂଗ୍ରେସର କେନ୍ଦ୍ରୀୟ ନେତାମାନେ ରାଜସ୍ଥାନରେ ଭିଡ ଜମାଇଥିବା ବେଳେ ବିଜେପିର ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଦଳୀୟ ପ୍ରଚାର ପାଇଁ ରାଜସ୍ଥାନରେ ପହଂଚିଛନ୍ତି । ଏହି କ୍ରମରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ରାଜସ୍ଥାନରେ ବିଜେପି ପାଇଁ ପ୍ରଚାର କରିଛନ୍ତି ।

ନିର୍ବାଚନୀ ପ୍ରଚାର ବେଳେ କଂଗ୍ରେସ ଓ ବିଜେପି ପରସ୍ପରକୁ କଟାକ୍ଷ କରିବାରେ ଲାଗିଛନ୍ତି । ଉଭୟ ଦଳ ଆଗାମୀ ନିର୍ବାଚନରେ ବିଜୟୀ ହୋଇ ରାଜସ୍ଥାନରେ ସରକାର ଗଠନ କରିବେ ବୋଲି ଦାବି କରୁଛନ୍ତି । ଏହି କ୍ରମରେ ହିମନ୍ତ ବିଶ୍ୱଶର୍ମା କହିଛନ୍ତି କି ମୁଁ ଖୋଲାଖୋଲି ଭାବେ ହିନ୍ଦୁତ୍ୱ ରାଜନୀତି କରୁଛି । ଏଥିରେ କାହାର କିଛି ଅସୁବିଧା ନାହିଁ ।

Leave A Reply

Your email address will not be published.