ଏସୀୟ କ୍ରୀଡ଼ା ହକିରେ ଐତିହାସିକ ବିଜୟ, ସ୍ବର୍ଣ୍ଣ ହାତେଇଲା ଭାରତ

0

ଏସୀୟ କ୍ରୀଡ଼ା ୨୦୨୬ରେ ଭାରତୀୟ ପୁରୁଷ ହକି ଦଳ ମାଲେସିଆକୁ ୫-୧ ଗୋଲ୍‌ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଛି। ଏହି ବିଜୟ ସହ ଭାରତ ଲଗାତାର ଦ୍ୱିତୀୟ ଥର ଏସିଆନ ଗେମ୍ସ ପୁରୁଷ ହକିରେ ଚାମ୍ପିୟନ ହୋଇଛି।

ଏହି ବିଜୟ ସହ ଭାରତ ଲସ ଏଞ୍ଜେଲସ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ହାସଲ କରିଛି।

ଫାଇନାଲ ମ୍ୟାଚ୍‌ରେ ମାଲେସିଆ ମାତ୍ର ଗୋଟିଏ ଗୋଲ ସ୍କୋର କରିବାରେ ସକ୍ଷମ ହୋଇଥିଲା। ଅନ୍ୟପକ୍ଷେ ଭାରତୀୟ ଦଳ କ୍ରମାଗତ ଭାବେ ମାଲେସିଆ ଖେଳାଳିଙ୍କୁ ଭୁଲ କରିବାକୁ ବାଧ୍ୟ କରିଥିଲା। ମ୍ୟାଚ୍‌ରେ ମୋଟ ୧୪ଟି ପେନାଲ୍ଟି କର୍ଣ୍ଣର ହାସଲ କରିଥିଲା।

ପ୍ରଥମ ୧୫ ମିନିଟ୍‌ରେ ଉଭୟ ଦଳ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା। ପ୍ରଥମ କ୍ୱାର୍ଟର ୧-୧ ଗୋଲ୍‌ରେ ବରାବର ରହିଥିଲା। ଏହା ପରେ ମାଲେସିଆ ଆଉ ସମାନ ତାଳମେଳ ରଖିପାରି ନ ଥିଲା। ଦ୍ୱିତୀୟାର୍ଦ୍ଧରେ ଭାରତ ଗୋଲ ସ୍କୋର କରିଥିବା ବେଳେ ମାଲେସିଆ ଗୋଲ କରିବା ପାଇଁ ସଂଘର୍ଷ କରିଥିଲା। ଶିଳାନନ୍ଦ ଲାକ୍ରା ଭାରତ ପାଇଁ ଏକମାତ୍ର ଫିଲ୍ଡ ଗୋଲ ସ୍କୋର କରିଥିଲେ। ହରମନପ୍ରୀତ ସିଂହ ପେନାଲ୍ଟି କର୍ଣ୍ଣରରୁ ଦୁଇଟି ଗୋଲ ଏବଂ ଯୁଗରାଜ ସିଂହ ମଧ୍ୟ ପେନାଲ୍ଟି କର୍ଣ୍ଣରରୁ ଗୋଟିଏ ଗୋଲ ସ୍କୋର କରିଥିଲେ। ହାର୍ଦ୍ଦିକ ସିଂହ ପେନାଲ୍ଟି ସଟ୍‌ରେ ଗୋଟିଏ ଗୋଲ ସ୍କୋର କରିଥିଲେ। ଅନ୍ୟପକ୍ଷେ ୨୧ ସ୍ବର୍ଣ୍ଣ ସହ ପଦକ ତାଲିକାରେ ଚତୁର୍ଥ ସ୍ଥାନକୁ ଭାରତ ଉନ୍ନିତ ହୋଇଛି।

Leave A Reply

Your email address will not be published.