ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ଯଶୱନ୍ତ ବର୍ମାଙ୍କ ବଦଳି ପାଇଁ ସୁପାରିଶ କରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ। ପ୍ରଧାନ ବିଚାରପତି ସଞ୍ଜିବ ଖାନ୍ନାଙ୍କ ନେତୃତ୍ୱାଧୀନ ତିନି ଜଣ ବରିଷ୍ଠ ବିଚାରପତିଙ୍କ କଲେଜିୟମ୍ ଜଷ୍ଟିସ୍ ବର୍ମାଙ୍କୁ ତାଙ୍କର ମୂଳ ହାଇକୋର୍ଟ ଅର୍ଥାତ୍ ଆହ୍ଲାବାଦ ହାଇକୋର୍ଟକୁ ବଦଳି ସୁପାରିଶ କରିଛନ୍ତି। ସୁପ୍ରିମକୋର୍ଟ କଲେଜିୟମଙ୍କ ଏହି ନିଷ୍ପତ୍ତି ହଇଚଇ ସୃଷ୍ଟି କରିଛି। ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଏଭଳି ନିଷ୍ପତ୍ତି କାହିଁକି ନିଆଗଲା? ତେବେ ଏହାର କାରଣ ହେଉଛି ପୁଳା ପୁଳା ଟଙ୍କା।
ସୂଚନା ଅନୁଯାୟୀ, କିଛିଦିନ ପୂର୍ବେ ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ସରକାରୀ ବଙ୍ଗଳାରେ ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଲିଭାଇବାକୁ ଯାଇଥିବା ଦମକଳ ବାହିନୀ ସେଠାରେ ବିପୁଳ ପରିମାଣର ଟଙ୍କା ପାଇଥିଲେ। ବିପୁଳ ପରିମାଣର ଟଙ୍କା ମିଳିବା ପରେ ହଇଚଇ ସୃଷ୍ଟି ହୋଇଥିଲା। ଜଷ୍ଟିସ୍ ବର୍ମାଙ୍କ ଘରୁ ବିପୁଳ ପରିମାଣର ଟଙ୍କା ମିଳିବା ଖବର ପାଇବା ପରେ ସିଜେଆଇ ସଞ୍ଜିବ ଖାନ୍ନାଙ୍କ ନେତୃତ୍ୱାଧୀନ ସୁପ୍ରିମକୋର୍ଟ କଲେଜିୟମ ତାଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ବଦଳି କରିବାକୁ ନିଷ୍ପତ୍ତି ନେଇଛନ୍ତି।