ଯଦି କାମ କରିପାରୁନ, ଚାକିରି ଛାଡ଼ିଦିଅ: ବର୍ଷିଲେ ଜିଲ୍ଲାପାଳ

0

କୋରାପୁଟ(ଆମ ଟିଭି): ଜନ ଶୁଣାଣିରେ ଅଧିକାରୀଙ୍କ ଉପରେ ବିଗିଡ଼ିଲେ ଜିଲ୍ଲାପାଳ । ଯଦି କାମ କରିପାରୁନ, ଚାକିରି ଛାଡି ଦିଅ ବୋଲି ସଫାସଫା ଶୁଣାଇ ଦେଇଛନ୍ତି କୋରାପୁଟ ଜିଲ୍ଲାପାଳ । ସୂଚନାନୁସାରେ କୋରାପୁଟ ଜିଲ୍ଲା ପଟାଙ୍ଗିରେ ଜନଶୁଣାଣି ଚାଲିଥିଲା । ଲୋକେ ଅଭିଯୋଗ କରିଥିଲେ ୬୦ ଲକ୍ଷ ଟଙ୍କା ବ୍ୟୟରେ ସ୍ଥାନୀୟ ଅଞ୍ଚଳରେ ଏକ ପୋଲ ନିର୍ମାଣ ହୋଇଥିଲା ।

୨ ବର୍ଷ ତଳେ ସମାନ୍ୟ ବର୍ଷାରେ ଏହା ଭୁଷୁଡ଼ି ପଡ଼ିଥିଲା । ହେଲେ ବାରମ୍ବାର ଦାବି ସତ୍ୱେ ଏହି ପୋଲ ମରାମତି ହୋଇନଥିବା ନେଇ ଜନଶୁଣାଣୀରେ ଜିଲ୍ଲାପାଳଙ୍କ ଜଣାଇଥିଲେ । ସୁଙ୍କି ପଂଚାୟତର ୱେଲ-ମାଉଡ଼ି ଗାଁର ଗ୍ରାମବାସୀ । ଅଭିଯୋଗ ଶୁଣିବା ପରେ ଗ୍ରାମ୍ୟ ଉନ୍ନୟନ ଅଧିକାରୀଙ୍କୁ କାହିଁକି କାମ ସରିପାରୁନି ବୋଲି ପ୍ରଶ୍ନ କରିଥିଲେ । ହେଲେ ଏହି ପ୍ରଶ୍ନର ସଠିକ୍ ଉତ୍ତର ଦେଇ ପାରିନଥିଲେ ଆର୍ଡି ଅଧିକାରୀ । ଯେଉଁଥିପାଇଁ ଅଧିକାରୀଙ୍କ ଉପରେ ବର୍ଷିଥିଲେ ।

Leave A Reply

Your email address will not be published.