ମାନିଲେନି ସୁପ୍ରିମକୋର୍ଟଙ୍କ କଟକଣା: ଦିଲ୍ଲୀରେ ବାଣ ଫୁଟାଇଲେ ଲୋକେ

0

ନୂଆଦିଲ୍ଲୀ (ଆମ ଟିଭି): କଟକଣା ସତ୍ତେ୍ୱ ମାନିଲେନି ଲୋକେ । ସୁପ୍ରିମକୋର୍ଟଙ୍କ କଟକଣାକୁ ଫୁ କରିଦେଲେ । ଗତକାଲି ଥିଲା ଆଲୋକର ପର୍ବ ଦୀପାବଳି । ବାଣ ଫୁଟାଇବା ଉପରେ କଟକଣା ଲାଗିଥିବା ସତ୍ୱେ ଦିଲ୍ଲୀରେ ଲୋକେ ବାଣ ଫୁଟାଇଥିବା ଦେଖିବାକୁ ମିଳିଛି । ଯେଉଁଥିପାଇଁ ଦିଲ୍ଲୀରେ ବାୟୁ ଅଧିକ ପ୍ରଦୂଷିତ ହୋଇଥିବା ଦେଖିବାକୁ ମିଳିଛି । କୁହୁଡି ସହ ଧୂଆଁ ଯୋଗୁ ବାୟୁର ମାନ ଖରାପ ହୋଇପଡିଛି ।

ଦିଲ୍ଲୀରେ ବାୟୁ ପ୍ରଦୂଷଣ ଦୁଇ ଗୁଣା ଖରାପ ହୋଇ ଯାଇଛି । ଆଜି ସକାଳୁ ଦିଲ୍ଲୀର ବିଭିନ୍ନ ସ୍ଥାନରେ ବାୟୁର ମାନ ଅତି ଶୋଚନୀୟ ଥିବା ରେକର୍ଡ ହୋଇଛି । ଇଣ୍ଡିଆ ଗେଟ୍ ଠାରେ ବାୟୁର ମାନ ସବୁଠାରୁ ଖରାପ ରହିଥିବା ଏୟାର କ୍ୱାଲିଟି ଇଣ୍ଡେକ୍ସରେ ରେକର୍ଡ। ବାଣ ବଢ଼ାଇଲା ପ୍ରଦୂଷଣ ।

Leave A Reply

Your email address will not be published.