ନୂଆଦିଲ୍ଲୀ (ଆମ ଟିଭି): ମହାରାଷ୍ଟ୍ରରେ ମହାବିକାଶ ଅଘାଡି ମେଣ୍ଟର ସିଟ୍ ଭାଗବଣ୍ଟା ଶେଷ ହୋଇଛି । ଏହିକ୍ରମରେ ଶିବସେନାର ଉଦ୍ଧବ ଗୋଷ୍ଠୀକୁ ୨୧ଟି ଆସନ, କଂଗ୍ରେସ ୧୭ଟି ଆସନ ଏବଂ ଏନସିପିକୁ ୧୦ଟି ଆସନ ମିଳିଛି । ୩ ଦଳ ପକ୍ଷରୁ ମିଳିତ ଭାବେ ଏନେଇ ଘୋଷଣା କରାଯାଇଛି । ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ନେତା ନାନା ପଟୋଲେ କହିଛନ୍ତି, କଂଗ୍ରେସ ଏକ ଜାତୀୟ ଦଳ ।
ଏହି ମେଣ୍ଟ ପାଇଁ ସୋନିଆ ଗାନ୍ଧୀଙ୍କୁ ଇଡି ଅଫିସରେ ବସାଗଲା । ଏକଛତ୍ରବାଦୀ ଶାସନ ବିରୋଧରେ ଲଢୁଛି କଂଗ୍ରେସ । ଆସନ ଭାଗବଣ୍ଟା ଶେଷ ହୋଇଛି । ବିଜେପିକୁ ହରାଇବାକୁ ଆମ କାର୍ଯ୍ୟକର୍ତ୍ତାଙ୍କୁ ବଡ ହୃଦୟର ସହ ଆଗକୁ ଆସିବାକୁ ହେବ । ଆମ ମେଣ୍ଟକୁ ସେମାନେ ମୁସଲିମ୍ ଲିଗ ସହ ତୁଳନା କରୁଛନ୍ତି । ଆମ ସହ ଅସଲି ଏନସିପି ଓ ଅସଲି ଶିବସେନା ରହିଛି । ସେମାନେ ମେଣ୍ଟକୁ ଏବେ ଭୟ କରୁଛନ୍ତି ।