କେନ୍ଦୁଝର ପାଟଣା ବ୍ୟାଙ୍କକୁ ଶବ ନେବା ଘଟଣାକୁ ନେଇ ପ୍ରଶାସନିକ ତତ୍ପରତା ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ପରେ ଜିଲ୍ଲା ଅଧିକାରୀମାନେ ନଗଦ ଟଙ୍କା, ପ୍ରମାଣପତ୍ର ଏବଂ ରେଡକ୍ରସ ସହାୟତା ଜିତୁ ମୁଣ୍ଡାଙ୍କୁ ପ୍ରଦାନ କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଜିଲ୍ଲା କର୍ତ୍ତୃପକ୍ଷ ମଙ୍ଗଳବାର ଦିନ ଜୀତୁ ମୁଣ୍ଡାଙ୍କ ପରିବାର ଥିବା ଡିଆନାଲି ଗାଁରେ ପହଞ୍ଚିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଡିଆନାଳି ଗାଁରେ ପହଞ୍ଚି ଜିଲ୍ଲା ପ୍ରଶାସନ ସହାୟତା ରାଶି ପ୍ରଦାନ କରିଛି । ଜିତୁ ମୁଣ୍ଡାଙ୍କୁ ବ୍ୟାଙ୍କରେ ଥିବା ୧୯ ହଜାର ୪୦୦ ଟଙ୍କା ପ୍ରଦାନ କରାଯାଇଛି । ଏଥିସହ ରେଡ୍କ୍ରସ୍ ପାଣ୍ଠିରୁ ୩୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି । ଡେଥ୍ ସାର୍ଟିଫିକେଟ ଓ ଲିଗାଲ୍ ହେୟାର ସାର୍ଟିଫିକେଟ ପ୍ରଦାନ କରାଯାଇଛି । ଫାଷ୍ଟ ଟ୍ରାକ୍ ମୋଡ୍ରେ ମେଡିକାଲ ଅଫିସର ପହଞ୍ଚି ପ୍ରଦାନ କଲେ ।
ଏଥି ସହିତ ଅସହାୟ ବ୍ୟକ୍ତି ଯେପରି ଏଭଳି ସ୍ଥିତିକୁ ପୁନର୍ବାର ସାମ୍ନା ନ କରନ୍ତି ତଦାରଖ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଗ୍ରାମାଞ୍ଚଳରେ ସରକାରୀ ଓ ବ୍ୟାକିଂ ସହାୟତା ବିନା ବାଧାରେ ପହଞ୍ଚାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଏହି ଅଭାବନୀୟ ଘଟଣା ପଛରେ କାହାର ଅବହେଳା ଅଛି ନା ନାହିଁ ଜଣାନ୍ତୁ ।
ବରିଷ୍ଠ ଜିଲ୍ଲା ପ୍ରଶାସକମାନେ ଗୁରୁତ୍ୱାରୋପ କରିଥିଲେ ଯେ ଏହି ମାମଲା ଏକ ସତର୍କ ଘଣ୍ଟି ଭାବରେ କାର୍ଯ୍ୟ କରିବା ଉଚିତ। ବ୍ୟାଙ୍କ ସେବା, ସରକାରୀ ଯୋଜନା କିମ୍ବା ଶବଦାହ ଏବଂ ସଙ୍କଟ ପାଇଁ ଜରୁରୀକାଳୀନ ସହାୟତା ପାଇବା ସମୟରେ କୌଣସି ଗ୍ରାମାଞ୍ଚଳ ପରିବାର ସମାନ ପ୍ରକାରର ବାଧାର ସମ୍ମୁଖୀନ ନହୁଏ ତାହା ନିଶ୍ଚିତ କରିବା ପାଇଁ ସେମାନେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରାରମ୍ଭିକ ପ୍ରଶାସନିକ ବିଳମ୍ବ ପଛରେ ଯେକୌଣସି ସମ୍ଭାବ୍ୟ ଅବହେଳାର ତଦନ୍ତ ପାଇଁ ମଧ୍ୟ ଆହ୍ୱାନ କରିଛନ୍ତି।
ସୂଚନା ଯୋଗ୍ୟ; କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମଲିପଶି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଜଣେ ବୃଦ୍ଧ ବ୍ୟକ୍ତି ନିଜ ମୃତ ଭଉଣୀଙ୍କ ଜମା ଟଙ୍କା ପାଇବା ପାଇଁ ମଶାଣୀରୁ ଶବ ଖୋଳି ଆଣି ବ୍ୟାଙ୍କ ସମ୍ମୁଖରେ ରଖିଥିଲା । ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ବୃଦ୍ଧ ଜଣଙ୍କୁ ବୁଝାସୁଝା କରିବା ସହ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଅଶିକ୍ଷିତ ଏବଂ ପ୍ରଶାସନିକ ପ୍ରକ୍ରିୟା ସହିତ ଅପରିଚିତ ଥିବାରୁ, ତାଙ୍କୁ ମୃତ୍ୟୁ ପ୍ରମାଣପତ୍ର ଏବଂ ଅନ୍ୟାନ୍ୟ କାଗଜପତ୍ର ପାଇଁ ବାରମ୍ବାର ଦାବିର ସମ୍ମୁଖୀନ ହେବାକୁ ପଡ଼ିଥିଲା।