ଡିସେମ୍ବର ୩୧ରେ ଭାରତ ବନ୍ଦ ଡାକରା: ଜାଣନ୍ତୁ କାହିଁକି?

0

ଛତ୍ରପୁର (ଆମ ଟିଭି): ଆସନ୍ତା ଡିସେମ୍ବର ୩୧ରେ ଭାରତ ବନ୍ଦ ଡାକରା ଦିଆଯାଇଛି। ରାଷ୍ଟ୍ରୀୟ ପଛୁଆ ବର୍ଗ (ଓବିସି) ମୋର୍ଚ୍ଚା ଏବଂ ଭାରତ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ପାଳନ ପାଇଁ ଏକ ପ୍ରେସ ବିବୃତି ମାଧ୍ୟମରେ ସୂଚନା ଦିଅଯାଇଛି। ଛତ୍ରପୁର ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରୀୟ ପଛୁଆ ବର୍ଗ ଓବିସି ମୋର୍ଚ୍ଚାର ବିଜୟ ସ୍ବାଇଁ ଓ ଭାରତ ମୁକ୍ତି ମୋର୍ଚ୍ଚାର ଜିଲା ସଭାପତି ସୁମା ଦାସ ଅଧ୍ୟକ୍ଷତା କରି ଗତ ୧୭ ତାରିଖରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସଂସଦରେ ବାବା ସାହେବ ଆମ୍ବେଦକରଙ୍କୁ ଅପମାନିତ କରିଥିବା ଉଦ୍ଦେଶ୍ୟରେ ଦୃଢ଼ ପ୍ରତିବାଦ କରିବା ସହିତ ଆସନ୍ତା ୩୧ ତାରିଖରେ ଭାରତ ବନ୍ଦ ପାଳନ ପାଇଁ ଡାକରା ଦିଆଯାଇଛି l

ଏହା ସହିତ ଓବିସି ଜନସଂଖ୍ୟା ଗଣନା, ଇଭିଏମ ବ୍ୟବହାର ବନ୍ଦ କରିବା ଓ ନିର୍ବାଚନ ପାଇଁ ବାଲଟା ପେପର କାର୍ଯ୍ୟକାରୀ କରିବା ଆଦି ପ୍ରସଙ୍ଗକୁ ନେଇ ଭାରତ ବନ୍ଦ ଆନ୍ଦୋଳନ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ଏବଂ ଭାରତ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଜୋରଦାର ରହିବ ବୋଲି ସୂଚନା ଦେଇଛନ୍ତି l ଅନ୍ୟମାନଙ୍କ ମଧ୍ୟରେ ଦିଲ୍ଲୀପ ନାୟକ, ଜଗନ୍ନାଥ ପ୍ରଧାନ, କାଳୁ ଚରଣ ନାୟକ ଓ ରାଜେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ l

Leave A Reply

Your email address will not be published.