ଇସ୍ରାଏଲ-ପାଲେଷ୍ଟାଇନ୍ ଯୁଦ୍ଧରେ ଭାରତୀୟ ମହିଳା ଆହତ

0

ନୂଆଦିଲ୍ଲୀ(ଆମ ଟିଭି): ଇସ୍ରାଏଲ ଉପରେ ହାମାସ ଆତଙ୍କବାଦୀ ଆକ୍ରମଣରେ ଆହତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଣେ ଭାରତୀୟ ମହିଳା ମଧ୍ୟ ଅଛନ୍ତି। ଏହି ମହିଳା ଭାରତୀୟ କେରଳର ବାସିନ୍ଦା ଏବଂ ଗତ କିଛି ବର୍ଷ ଧରି ଇସ୍ରାଏଲରେ ରହୁଥିଲେ ଏବଂ କାର୍ୟ୍ୟ କରୁଥିଲେ। ମହିଳାଙ୍କ ଅବସ୍ଥା ଗୁରୁତର ଥିବାରୁ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏଥି ସହିତ ହାମାସ ଆକ୍ରମଣରେ ୧୦ ନେପାଳର ସାଧାରଣ ନାଗରିକ ମଧ୍ୟ ପ୍ରାଣ ହରାଇଛନ୍ତି। ନେପାଳର ଦୂତାବାସ ଏହା ନିଶ୍ଚିତ କରିଛନ୍ତି।

ଇସ୍ରାଏଲ ସେନା କହିଛି ଯେ, ହାମାସ ଆତଙ୍କବାଦୀମାନେ ଏବେ ମଧ୍ୟ ଇସ୍ରାଏଲ ସହରରେ ବୁଲୁଛନ୍ତି। ଲୋକଙ୍କୁ ସଜାଗ ଏବଂ ସତର୍କ ରହିବାକୁ ସେନା କହିଛି। ଆଜି ବି ଇସ୍ରାଏଲର ଅନେକ ସହରରେ ଗୁଳିର ଶବ୍ଦ ଶୁଣିବାକୁ ମିଳୁଛି। ଏଥି ସହିତ ଇସ୍ରାଏଲର ଏୟାର ଷ୍ଟ୍ରାଇକ ଯୋଗୁଁ ଘାଜାରେ ୪୩୬ ଜଣ ପ୍ରାଣ ହରାଇଛନ୍ତି। ପାଲେଷ୍ଟାଇନର ସ୍ୱାସ୍ଥ୍ୟ ଅଧିକାରୀମାନେ ଏହି ଆକଳନ କରିଛନ୍ତି। ତାଙ୍କ କହିବାନୁସାରେ, ମୃତକଙ୍କ ମଧ୍ୟରେ ୯୧ ଶିଶୁ ଏବଂ ୬୧ ମହିଳା ମଧ୍ୟ ଥିଲେ। ଗାଜାରେ ମଧ୍ୟ ୨୨୦୦ ଲୋକ ଆହତ ହୋଇଛନ୍ତି।

Leave A Reply

Your email address will not be published.