ନୂଆଦିଲ୍ଲୀ (ଆମ ଟିଭି): ଅନ୍ତରୀକ୍ଷରେ ଆଉ ପାଦେ ଆଗକୁ ବଢିବାକୁ ଯାଉଛି ଭାରତ । ପୁଣି ଇତିହାସ ରଚିବ ଇାସ୍ରୋ । ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ର ସଫଳ ଅବତରଣ ପରେ ଆଜି ଭାରତ ଆରମ୍ଭ କରିବାକୁ ଯାଉଛି ସୂର୍ୟ୍ୟ ଅଭିଯାନ । ତେଣୁ ସାରା ବିଶ୍ୱର ନଜର ଇସ୍ରୋର ସୂର୍ୟ୍ୟ ମିଶନ୍ ଅର୍ଥାତ ଆଦିତ୍ୟ ଏଲ-୧ ଉପରେ । ଏହାର କାଉଣ୍ଟଡାଉନ୍ ଆରମ୍ଭ ହୋଇଗଲାଣି ।
ଏହାକୁ ଇସ୍ରୋର ଲଞ୍ଚପ୍ୟାଡରୁ ଦିନ ୧୧ଟା ୫୦ ମିନିଟରେ ଉତକ୍ଷେପଣ କରାଯିବ । ଆଦିତ୍ୟ ଏଲ-୧କୁ ଅନ୍ତରୀକ୍ଷ ଯାନ ପୃଥିବୀ ଓ ସୂର୍ୟ୍ୟ ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ଦୂରତାରେ ଅବସ୍ଥାପିତ କରିବ, ଯେଉଁ ସ୍ଥାନକୁ ‘ଏଲ-୧ ପଏଣ୍ଟ’ ଭାବେ ନାମିତ କରାଯାଇଛି ।