ଆଇପିଏଲ୍ ୨୦୨୨: ଶେଷ ଲିଗ୍ ମ୍ୟାଚ୍ରେ ପଞ୍ଜାବ-ହାଇଦ୍ରାବାଦ ମଧ୍ୟରେ ମୁକାବିଲା
ମୁମ୍ବାଇ(ଆମ ଟିଭି) : ଚଳିତ ଆଇପିଏଲ୍ର ଶେଷ ଲିଗ୍ ମ୍ୟାଚ୍ ଖେଳିବେ ପଞ୍ଜାବ କିଙ୍ଗ୍ସ ଓ ସନରାଇଜର୍ସ ହାଇଦ୍ରାବାଦ। ୪ଟି ଦଳ ପ୍ଲେ-ଅଫ୍ରେ ପ୍ରବେଶ କରିସାରିଥିବାରୁ ଏହି ମ୍ୟାଚ୍ଟି ଦୁଇ ଦଳର ଜିତିବା ଓ ହାରିବା ଉପରେ କିଛି ପ୍ରଭାବ ପଡ଼ିବ ନାହିଁ । ଉଭୟ ଦଳ କେବଳ ଏହି ମ୍ୟାଚଟି କେବଳ ଖେଳର ନିୟମ ରକ୍ଷାକରି ଖେଳିବେ।
ସନରାଇଜର୍ସ ଓ ପଞ୍ଜାବ କିଙ୍ଗ୍ସ ଉଭୟ ଦଳ ୧୨ପଏଣ୍ଟ ଲେଖାଏଁ ହାସଲ କରିଥିବା ବେଳେ । ଉନ୍ନତ ରନ୍ ରେଟ୍ ବଳରେ ପଞ୍ଜାବ କିଙ୍ଗ୍ସ ସପ୍ତମ ସ୍ଥାନରେ ରହିଛି ।ସନରାଇଜର୍ସ ଅଷ୍ଟମ ସ୍ଥାନ ଅଧିକାର କରିଛି । ମ୍ୟାଚ୍ ବିଜୟୀ ଦଳ ଷଷ୍ଠକୁ ଉନ୍ନୀତ ହେବ।