ଆସାମରେ ବନ୍ୟା ବିତ୍ପାତ ନେଲାଣି ୧୮ ଲୋକଙ୍କ ଜୀବନ
ଦିସପୁର(ଆମ ଟିଭି): ଆସାମରେ ମୁସଳଧାରା ବର୍ଷା ଯୋଗୁଁ ବନ୍ୟା ବିତ୍ପାତ ଦେଖା ଦେଇଛି। ଧିରେ ଧିରେ ଗମ୍ଭୀର ସ୍ଥିତି ଆଡ଼କୁ ମୁହାଁଇଲାଣି ବନ୍ୟା। ଯୁଆଡେ ଚାହିଁଲେ ଖାଲି ପାଣି ଆଉ ପାଣି। ବନ୍ୟା ପାଣିରେ ବୁଡି ଗଲାଣି ହଜାର ହଜାର ଘର। ବାସହରା ହେଲେଣି ଲକ୍ଷ ଲକ୍ଷ ଲୋକ। ସେପଟେ ବନ୍ୟା ଯୋଗୁ ଏଠାରେ ଆଉ ୪ ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି। ସେହିପରି ଆସାମର ଆଉ କିଛି ନୂଆ ଅଞ୍ଚଳରେ ବନ୍ୟା ପାଣି ପ୍ରବେଶ କରିଥିବାରୁ ରାଜ୍ୟରେ ୩୧ଟି ଜିଲ୍ଲାର ୬ଲକ୍ଷ ୮୦ ହଜାର ୧୧୮ ଲୋକ ପ୍ରଭାବିତ ହେଲେଣି।
