ଆଇପିଏଲ ନିଲାମୀ: ୧୮.୫୦ କୋଟି ଟଙ୍କାରେ ସାମ୍ କୁରାନଙ୍କୁ କିଣିଲା ପଞ୍ଜାବ କିଙ୍ଗସ୍

0

ନୂଆଦିଲ୍ଲୀ (ଆମ ଟିଭି): ଆଇପିଏଲକୁ ନେଇ ଆଜି ହୋଇଛି ଅକ୍ସନ । ଆଇପିଏଲ ଇତିହାସରେ ନୂଆ ରେକର୍ଡ କଲେ ଇଂଲଣ୍ଡର ସାମ କୁରାନ । ସର୍ବାଧିକ ୧୮.୫୦ କୋଟି ଟଙ୍କାରେ ସାମ୍ କୁରାନଙ୍କୁ ଦଳରେ ସାମିଲ କଲା ପଞ୍ଜାବ କିଙ୍ଗସ । ଶେଷ ପର୍ୟ୍ୟନ୍ତ ସାମ କୁରାନଙ୍କୁ କିଣିବାକୁ ବିଭିନ୍ନ ଫ୍ରାଞ୍ଚାଇଜ ମଧ୍ୟରେ ପ୍ରତିଯୋଗିତା ଚାଲିଥିଲେ ମଧ୍ୟ ପଞ୍ଜାବ ସାମ କୁରାନଙ୍କୁ ଦଳରେ ସାମିଲ କରିବାରେ ସଫଳ ହୋଇଛି । ଏହାସହ ମିନି ନିଲାମୀରେ ଏବେ ସୁଦ୍ଧା ଇଂଲଣ୍ଡର ଦୁଇ କ୍ରିକେଟର ୧୦ କୋଟିରୁ ଅଧିକ ଟଙ୍କାରେ ବିକ୍ରି ହୋଇଛନ୍ତି ।

ଆଉ ଏହା ଭିତରେ ଇଂଲଣ୍ଡର ଖେଳାଳୀ ହ୍ୟାରୀ ବ୍ରୁକଙ୍କୁ ୧୩.୨୫ କୋଟି ଟଙ୍କାରେ କିଣିଛି ସନରାଇଜର୍ସ ହାଇଦ୍ରାବାଦ । ହ୍ୟାରୀଙ୍କର ବେସ୍ ପ୍ରାଇସ ୧.୫ କୋଟି ଥିବା ବେଳେ ପ୍ରଥମେ ରାଜସ୍ଥାନ ଓ ବାଙ୍ଗାଲୋର ମଧ୍ୟରେ ଲଢେଇ ଦେଖିବାକୁ ମିଳିଥିଲା । କିନ୍ତୁ ଶେଷରେ ହାଇଦ୍ରାବାଦ ଏହି ରେସରେ ସାମିଲ ହେବା ସହ ହ୍ୟାରୀଙ୍କୁ ଦଳରେ ସାମିଲ କରିଥିଲା । ସେହିଭଳି ଭାରତୀୟ କ୍ରିକେଟର ମୟଙ୍କ ଅଗ୍ରୱାଲଙ୍କୁ ମଧ୍ୟ ୮.୨୫ କୋଟି ଟଙ୍କାରେ କିଣିଛି ହାଇଦ୍ରାବାଦ ।

Leave A Reply

Your email address will not be published.