ଭୁବନେଶ୍ୱର (ଆମ ଟିଭି): ଦେଶରେ କୋଭିଡ ଭୟବହତାକୁ ଦେଖି ରାଜ୍ୟ ସରକାର ମଧ୍ୟ ପ୍ରସ୍ତୁତ ହେଲେଣି । କୋଭିଡ ସ୍ଥିତି ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା ବୈଠକ । ସମୀକ୍ଷାରେ ସ୍ୱାସ୍ଥ୍ୟ ସଚିବ ସାଲିନି ପଣ୍ଡିତ କହିଥିଲେ, ଆମ ରାଜ୍ୟରେ କରୋନା ସ୍ଥିତି ଭଲ ରହିଛି । ନଭେମ୍ବରଠାରୁ ଦୈନିକ ସଂକ୍ରମଣ ମାମଲା ୧୫ରୁ କମ ରହିଛି । ରାଜ୍ୟରେ ଟେଷ୍ଟିଂ ସ୍ତର ଜାତୀୟ ତୁଳନାରେ ଅଧିକ ଅଛି । ଆଇସିଏମଆର ଗାଇଡଲାଇନ ଅନୁସାରେ ଟେଷ୍ଟିଂ ଓ ସର୍ଭିଲାନ୍ସ ଜାରି ରହିବ ।
ବିମାନ ବନ୍ଦର ଗୁଡିକରେ ଗାଇଡଲାଇନ ଅନୁସାରେ ସର୍ଭିଲାନ୍ସ ହେବ । ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ମକଡ୍ରିଲ କରାଯିବ । ସ୍ଥିତିର ମୁକାବିଲା ପାଇଁ ସଜାଗ ରହିବାକୁ ମକଡ୍ରିଲ ହେବ । ବ୍ୟକ୍ତିଗତ ଭାବେ କୋଭିଡ ପ୍ରତି ସତର୍କ ରହିବାକୁ ଆଡଭାଇଜରୀ ଆସିବ । ମାସ୍କ ବ୍ୟବହାର, ହାତ ଧୋଇବା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି ।