ଆଇପିଏଲ ଫାଇନାଲ୍ ଲଢେଇ: ଚେନ୍ନାଇକୁ ଭେଟିବ ଗୁଜୁରାଟ

0

ନୂଆଦିଲ୍ଲୀ(ଆମ ଟିଭି): ଆଜି ଆଇପିଏଲ ମହାସମରର ଶେଷ ଦିନ ଅର୍ଥାତ୍ ଫାଇନାଲ୍ ଲଷ÷ଇ । ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ଆଇପିଏଲ ଫାଇନାଲ ମ୍ୟାଚ । ୪ ଥର ଚାମ୍ପିୟନ ଚେନ୍ନାଇ ସୁପରକିଙ୍ଗସକୁ ଭେଟିବ ଗୁଜରାଟ ଟାଇଟନ୍ସ । ଚେନ୍ନାଇଠାରୁ କ୍ୱାଲିଫାୟାର ମ୍ୟାଚ ହାରିଥିବା ଗୁଜରାଟ ପ୍ରତିଶୋଧ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ । ସେପଟେ ପଞ୍ଚମ ଟ୍ରଫି ଜିତିବା ଲକ୍ଷ୍ୟରେ ଧୋନୀ ବାହିନୀ । ତେବେ ମ୍ୟାଚ ବଦଳାଇ ଦେବାର କ୍ଷମତା ରଖିଥିବା ଶୁଭମନ ଗିଲ ଓ ରସିଦ୍ ଖାନ୍ ଚେନ୍ନାଇ ପାଇଁ ସମସ୍ୟା ସୃଷ୍ଟି କରିପାରନ୍ତି ।

ମଜବୁତ୍ ପ୍ରାରମ୍ଭ ଦାୟିତ୍ବ ଋତୁରାଜ ଗାଏକ୍ବାର୍ଡ ଓ ଡେଭନ କନୱେଙ୍କ ଉପରେ ରହିଥିବା ବେଳେ ମଧ୍ୟକ୍ରମରେ ଶିବମ ଦୁବେ, ଅଜିଙ୍କ୍ୟ ରାହାଣେ, ରବୀନ୍ଦ୍ର ଜାଦେଜାଙ୍କୁ ସ୍ଥିର ପ୍ରଦର୍ଶନ ବଜାୟ ରଖିବାକୁ ହେବ । ଚଳିତ ଆଇପିଏଲ୍ରେ ଆରମ୍ଭରୁ ଆହତ ଆଣ୍ଠୁ ସହ ପ୍ରତ୍ୟେକ ମ୍ୟାଚ୍ରେ ଖେଳୁଥିବା ଧୋନି ଯଦିଓ ପାଳି ଶେଷ ଆଡ଼କୁ ବ୍ୟାଟିଂ କରିବାକୁ ଆସୁଛନ୍ତି, କିନ୍ତୁ ଯେତିକି ସମୟ ବ୍ୟାଟିଂ କରୁଛନ୍ତି, ଦର୍ଶକମାନେ ସେହି ସମୟକୁ ଅଧିକ ପସନ୍ଦ କରୁଛନ୍ତି। ଧୋନି ମଧ୍ୟ ତାଙ୍କ ପ୍ରଶଂସକଙ୍କୁ ନିରାଶ କରୁନାହାନ୍ତି ।

ତାରକା ବିହୀନ ସିଏସ୍କେ ବୋଲିଂ କ୍ରମରେ ତୁଷାର ଦେଶପାଣ୍ଡେ, ଦୀପକ ଚହର, ମହେଶ ତୀକ୍ଷ୍ଣା, ରବୀନ୍ଦ୍ର ଜାଦେଜା ଓ ମଥିସା ପଥିରଣାଙ୍କଠୁ ଧୋନି ଶ୍ରେଷ୍ଠ ପ୍ରଦର୍ଶନ ବାହାର କରିବାରେ ସଫଳ ହୋଇଛନ୍ତି । ଯୁବ ବୋଲରଙ୍କ ଉପରେ ଧୋନିଙ୍କ ଭରସା ହିଁ ସିଏସ୍କେ ପାଇଁ ବଡ଼ ସମ୍ବଳ ହୋଇପାରିଛି । ତେଣୁ ଶୁବମନ ଗିଲ୍ଙ୍କୁ ରୋକିବା ପାଇଁ ଧୋନି କାହାକୁ ବ୍ୟବହାର କରିବେ ତାହା ଉପରେ ନଜର ରହିବ । ଗୁଜରାଟ ପାଇଁ ମଧ୍ୟକ୍ରମରେ ବିଜୟ ଶଙ୍କର, ରସିଦ ଖାନ୍ ଓ ରାହୁଲ ତିୱାତିଆ ଦ୍ରୁତ ରନ୍ ବାହାର କରୁଥିବାରୁ ଡେଥ୍ ଓଭରରେ ଧୋନିଙ୍କ ପାଖରେ ପଥିରଣା ଓ ଦେଶପାଣ୍ଡେ ବଡ଼ ବିକଳ୍ପ ରହିଛନ୍ତି ।

 

Leave A Reply

Your email address will not be published.