ଇଣ୍ଡି ମେଣ୍ଟ ଆଡ଼କୁ ଢଳୁଛି କି ବିଜେଡି ? ଏକଜିଟ୍ ପୋଲ ପରେ ପରେ ବଢ଼ିଲା ଚର୍ଚ୍ଚା
ହରିୟାଣା ଏବଂ ଜାମ୍ମୁ-କାଶ୍ମୀର ଏକଜିଟ୍ ପୋଲ୍ ରେ କଂଗ୍ରେସ୍ କ୍ଷମତାକୁ ଫେରୁଥିବା ବହୁ ସଂସ୍ଥା ଆକଳନ କରିବା ପରେ ଓଡ଼ିଶା ରାଜନୀତିରେ ହଲଚଲ୍ ।
ହରିୟାଣା ଏବଂ ଜାମ୍ମୁ-କାଶ୍ମୀର ଏକଜିଟ୍ ପୋଲ୍ ରେ କଂଗ୍ରେସ୍ କ୍ଷମତାକୁ ଫେରୁଥିବା ବହୁ ସଂସ୍ଥା ଆକଳନ କରିବା ପରେ ଓଡ଼ିଶା ରାଜନୀତିରେ ହଲଚଲ୍ । ଫଳାଫଳ ଦିନକ ପରେ ଆସିବାକୁ ଥିବା ସତ୍ତ୍ୱେ ଉତ୍ସାହିତ ବିଜେଡି । ଇଣ୍ଡି ମେଣ୍ଟ ଏବଂ ରାହୁଲ ଗାନ୍ଧିଙ୍କୁ ବିଜେଡି ନେତାଙ୍କ ପ୍ରଂଶସା ।
ଯାହା ପରେ ଚର୍ଚ୍ଚା ହେଉଛି, କଣ ଇଣ୍ଡି ମେଣ୍ଟ ଆଡକୁ ଢଳୁଛି କି ବିଜେଡି? ଯଦିଓ ଶାସନରେ ଥିବା ବେଳେ ବିଜେଡି ସବୁବେଳେ ବିଜେପି ଏବଂ କଂଗ୍ରେସଠାରୁ ସମଦୂରତା କଥା କହୁଥିଲା, କିନ୍ତୁ ପରାଜୟ ପରେ ଷ୍ଟାର୍ଟେଜିରେ ପରିବର୍ତ୍ତନ କରିପାରେ ବୋଲି ଚର୍ଚ୍ଚା ।
ଇଣ୍ଡି ମେଣ୍ଟ ଆଡକୁ ଢଳୁଛି କି ବିଜେଡି? ହରିୟାଣା, ଜମ୍ମୁ-କାଶ୍ମୀର ଏକଜିଟ୍ ପୋଲ୍ ଆକଳନ ଓ ଏହାକୁ ନେଇ ଦେବାଶିଷ ସାମନ୍ତରାୟ ଏବଂ ପ୍ରସନ୍ନ ଆଚାର୍ଯ୍ୟଙ୍କ ବୟାନ ପରେ ବଢିଲା ଚର୍ଚ୍ଚା । ବୁଥ୍ ବାହୁଡ଼ା ମତ ଆସିବା ପରେ ଇଣ୍ଡି ମେଣ୍ଟକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ବିଜେଡି ନେତା ।ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ କହିଛନ୍ତି, ଇଣ୍ଡି ମେଣ୍ଟ ଦିନକୁ ଦିନ ସୁଦୃଢ଼ ହେଉଛି । ହରିୟାଣା ଓ ଜମ୍ମୁ-କାଶ୍ମୀରରେ କଂଗ୍ରେସ ସରକାର କରିବ । ଆଗକୁ ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡରେ ବି କଂଗ୍ରେସ କ୍ଷମତା ଦଖଲ କରିପାରେ । ରାହୁଲ ଗାନ୍ଧିଙ୍କ ଲୋକପ୍ରିୟତା ବଢୁଛି । ଇଣ୍ଡି ମେଣ୍ଟରେ ବିଜେଡି ମିଶିବ କି ନାହିଁ, ପାର୍ଟି ନିଷ୍ପତ୍ତି ନେବ ବୋଲି କହିଛନ୍ତି ଦେବାଶିଷ ।