ଜଗବନ୍ଧୁଙ୍କ ବାନ୍ଧିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

0

ଭୁବନେଶ୍ୱର: ରିମାଣ୍ଡ ଅ‍ବଧି ସରିବା ପରେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ବାନ୍ଧିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ମନି ଲଣ୍ଡରିଂ ମାମଲାରେ ପ୍ରମାଣ ପାଇବା ପରେ ଜଗବନ୍ଧୁଙ୍କୁ ଆଜି ଗିରଫ କରିଛି ଇଡି। ଜଗବନ୍ଧୁଙ୍କ ରିମାଣ୍ଡ ଆଜି ସରିବା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଦ୍ୱିତୀୟ ଥର ପାଇଁ ଜଗବନ୍ଧୁଙ୍କୁ ରିମାଣ୍ଡରେ ନେବାକୁ ଯୋଜନା କରୁଛି ଇଡି। ପ୍ରଥମେ ଇଡି ଅର୍ଚ୍ଚନା ଓ ଖଗେଶ୍ୱର ପାତ୍ରଙ୍କୁ ଗିରଫ କରିଥିଲା।

ଇଡି ଜଗବନ୍ଧୁଙ୍କୁ ୯ଦିନ ରିମାଣ୍ଡରେ ନେଇଥିବା ବେଳେ ସେହିପରି ଅର୍ଚ୍ଚନା ନାଗଙ୍କୁ ଦ୍ୱିତୀୟ ଥର ପାଇଁ ୬ଦିନିଆ ରିମାଣ୍ଡରରେ ନେଇଥିଲା। ଉଭୟଙ୍କୁ ମୁହାଁମୁହିଁ ବସାଇ ଇଡି ଜେରା କରିଥିଲା। ସେହି ସମୟରେ ନାଗ ସାମ୍ରାଜ୍ୟର ସୂତ୍ରଧର ଶ୍ରଦ୍ଧାଞ୍ଜଳି ବେହେରା ଇଡିରେ ହାଜର ହୋଇଥିଲେ। ତାଙ୍କୁ ମଧ୍ୟ ଇଡି ନାଗ-ଚାନ୍ଦ ଦମ୍ପତିଙ୍କ ସମ୍ମୁଖରେ ଜେରା କରିଥିଲା। ଏହି ସମୟରେ ଅନେକ କିଛି ତଥ୍ୟ ଇଡି ହାତରେ ଲାଗିଛି। ଏହା ସହ ଡିଜିଟାଲ୍ ପ୍ରମାଣ, ଯେପରି ମୋବାଇଲ୍, ସିସିଟିଭି ଏସବୁକୁ ତଦନ୍ତ ପରିସରକୁ ନେଇ ଯାଞ୍ଚ କରିଛି। ।

Leave A Reply

Your email address will not be published.