ବିଶ୍ୱବିଦ୍ୟାଳୟରେ କାହିଁକି ପ୍ରବେଶ କରିପାରିବେ ନାହିଁ ଛାତ୍ରୀ

0

କାବୁଲ: ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ମହିଳାମାନଙ୍କ ସ୍ୱାଧୀନତା ସଙ୍କୁଚିତ କରିବାରେ ଲାଗିଛି। ଏହିକ୍ରମରେ ବିଶ୍ୱବିଦ୍ୟାଳୟଗୁଡ଼କରେ ଛାତ୍ରୀଙ୍କ ପ୍ରବେଶ ଉପରେ ରୋକ ଲଗାଇ ଦିଆଯାଇଛି। ମହିଳା ଓ ଛାତ୍ରୀମାନେ ତାଲିବାନ ଜାରି କରିଥିବା ଡ୍ରେସ କୋଡ୍‌ ନିର୍ଦ୍ଦେଶନାମାକୁ ପାଳନ କରୁ ନଥିବାରୁ ଏପରି ପଦକ୍ଷେପ ନିଆଯାଇଛି।

ଏ ସମ୍ପର୍କରେ ତାଲିବାନ ସରକାରର ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି। ତେବେ ତାଲିବାନର ଏପରି ବ୍ୟାନକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ମୁସଲିମ ରାଷ୍ଟ୍ରଗୁଡ଼ିକ ମଧ୍ୟ ଏହାକୁ ମାନବଜାତି ବିରୋଧରେ ଅପରାଧ ବୋଲି କହିଛନ୍ତି।

କିନ୍ତୁ ମନ୍ତ୍ରୀ ନେଡା ମହମ୍ମଦ ନଦୀମ ତାଲିବାନ ସରକାରର ନିଷ୍ପତ୍ତିକୁ ଠିକ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଛାତ୍ରୀମାନେ ଇସଲାମିକ ନିର୍ଦ୍ଦେଶନାମାକୁ ଅଣଦେଖା କରୁଛନ୍ତି। ବିଶେଷ କରି ଶିକ୍ଷାନୁଷ୍ଠାନରେ ପୋଷାକ ପରିଧାନ ଉପରେ ସେମାନେ ଗୁରୁତ୍ୱ ଦେଉନାହାନ୍ତି। ଯାତ୍ରା କରିବା ବେଳେ ଛାତ୍ରୀମାନେ ନିଜ ଘରର କୌଣସି ପୁରୁଷ ଲୋକଙ୍କୁ ନିଜ ସହ ଆଣୁ ନାହାନ୍ତ।

୧୪ ମାସ ହେଲାଣି ଇସଲାମି ଏମିରାତର ଉଚ୍ଚ ଶିକ୍ଷା ମନ୍ତ୍ରଣାଳୟ ମହିଳାଙ୍କ ଶିକ୍ଷାଧିକାର ଉପରେ ଜାରି କରିଥିବା ଗାଇଡଲାଇନକୁ ଅନୁପାଳନ ନ କରିବା ଦୁର୍ଭାଗ୍ୟର ବିଷୟ। ଛାତ୍ରୀମାନେ ଶିକ୍ଷାନୁଷ୍ଠାନକୁ ଆସୁଥିବା ବେଳେ ବିବାହ କାର୍ଯ୍ୟକ୍ରମକୁ ଯିବା ଭଳି ପୋଷାକ ପିନ୍ଧୁଛନ୍ତି।

Leave A Reply

Your email address will not be published.