ବଦଳିଲେ ଝାରସୁଗୁଡ଼ା ଏସପି ଓ ବ୍ରଜରାଜନଗର ଏସଡିପିଓ

0

ଭୁବନେଶ୍ୱର (ଆମ ଟିଭି): ନବ ଦାସଙ୍କ ହତ୍ୟା ଘଟଣାରେ ବଡ଼ ଆକ୍ସନ । ବଦଳି ହେଲେ ବ୍ରଜରାଜନଗର ଏସଡିପିଓ ଗୁପ୍ତେଶ୍ୱର ଭୋଇ । ଏସଡିପିଓଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ବଦଳି କରିଦିଆଯାଇଛି । ବର୍ତ୍ତମାନ ଚିନ୍ତାମଣି ପ୍ରଧାନଙ୍କୁ ବ୍ରଜରାଜନଗରର ନୂଆ ଏସଡିପିଓ ଭାବେ ଦାୟିତ୍ୱ ଦିଆଯାଇଥିବା ସୂଚନା ରହିଛି । ତେବେ ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ ପରେ ଏପରି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଅନ୍ୟପଟେ ଝାରସୁଗୁଡା ଏସପିଙ୍କୁ ମଧ୍ୟ ବଦଳି କରାଯାଇଛି । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ପୋଲିସ ଏଏସଆଇଙ୍କ ଗୁଳି ପରେ ଏସପି ରାହୁଲ ଜୈନଙ୍କର ବଦଳି କରାଯାଇଛି ।

Leave A Reply

Your email address will not be published.