କଳିଙ୍ଗ ଷ୍ଟୁଡିଓ ଦୁର୍ନିତୀର ପର୍ଦାଫାସ ଓ ଓଏଫ୍ଡଡିସି ଅଧ୍ୟକ୍ଷ ନିଯୁକ୍ତି ଦାବି* 

0

ଆଜି ୩୧ ମଇ ୨୦୨୬ ତାରିଖ ରବିବାର ଦିନ ଭୁବନେଶ୍ୱରର ଉପେନ୍ଦ୍ର ହୋଟେଲ ଠାରେ ଅଲ ଓଡ଼ିଶା ଫିଲ୍ମ ଡ଼ାଇରେକ୍ଟର୍ସ ଆସୋସିଏସନ ଓ ଓଡ଼ିଶା ପ୍ରୋଡ଼ୁସର୍ସ ଗିଲ୍ଡ ପକ୍ଷରୁ cଏକ ଗୁରୁତ୍ୱପୂର୍ଣ୍ଣ ସଂଯୁକ୍ତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେଲା। ଏହି ସମ୍ମିଳନୀରେ ନିର୍ଦ୍ଦେଶକ ସଂଗଠନ ର ପଦ୍ମଶ୍ରୀ ଶିଶିର ମିଶ୍ର, ସଞ୍ଜୟ ନାୟକ ଓ ପ୍ରଯୋଜକ ଗିଲଡ଼ ର ଅରୁଣ ମହାନ୍ତି ଙ୍କ ସହ ସଂଗଠନର ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ।ଏହି ସାମ୍ବାଦିକ ସମ୍ମିଳନୀରେ ସଂଯୁକ୍ତ ଭାବେ ଦୁଇ ସଂଗଠନ ଓଡିଶା ଦୁର୍ନୀତି ନିବାରଣ ବିଭାଗ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ କଳିଙ୍ଗ ଷ୍ଟୁଡିଓ ରେ ଘଟିଥିବା ଦୁର୍ନୀତି ସମ୍ବନ୍ଧରେ ଦିଆଯାଇଥିବା ଅଭିଯୋଗ ପତ୍ର ବିଷୟରେ ବିବରଣୀ ପ୍ରଦାନ କଲେ। ଏହା ସହିତ ଏହି ଧାରାରେ ଆଗକୁ ହେବା କୁ ଥିବା କାର୍ଯ୍ୟଧାରା ଉପରେ ବିସ୍ତୃତ ଆଲୋଚନା ମଧ୍ୟ ହେଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ନୂତନ ଓଡ଼ିଆ ଫିଲ୍ମ ପଲିସି, କଳିଙ୍ଗ ଷ୍ଟୁଡିଓ ର ବାକିଥିବା କାମ କିପରି ସମ୍ପୂର୍ଣ୍ଣ ହେବ ବା କେମିତି ତାହାକୁ ପନଃ ନିର୍ମାଣ ହେବ ତାହା ବିଷୟ ରେ ପ୍ରେସ କୁ ଅବଗତ କରାଇଲେ। ଯଥାଶୀଘ୍ର OFDC ଅଧ୍ୟକ୍ଷ ଭାବରେ କଳାକାର ବିନା ଉପଯୁକ୍ତ ବ୍ୟକ୍ତି ଙ୍କୁ ଚୟନ କରିବା ପାଇଁ ଉପସ୍ଥାପନା କଲେ। ଏହା ବ୍ୟତୀତ ଶୀଘ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜ ସମୟ ବାହାର କରି ଉଭୟ ସଂଗଠନ ସହ ବିସ୍ତୃତ ଆଲୋଚନା କରିବା ପାଇଁ ଆହ୍ୱାନ କଲେ।

Leave A Reply

Your email address will not be published.