କେଜ୍‌ରିଓ୍ବାଲ୍‌ଙ୍କୁ ଆତ୍ମସମର୍ପଣ କରିବାକୁ ପଡ଼ିବ: ସୁପ୍ରିମକୋର୍ଟ

0

ଦିଲ୍ଲୀ ଅବକାରୀ ନୀତି ମାମଲାରେ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ଆବେଦନ ଉପରେ ଗୁରୁବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ମାମଲାର ଶୁଣାଣି କରି ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପଙ୍କର ଦତ୍ତ କହିଛନ୍ତି ଯେ, କେଜ୍‌ରିଓ୍ବାଲଙ୍କୁ ଜୁନ ୨ରେ ଆତ୍ମସମର୍ପଣ କରିବାକୁ ପଡ଼ିବ।

ମାର୍ଚ୍ଚ ୨୧ରେ ଦିଲ୍ଲୀର ଅବକାରୀ ନୀତି ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଗିରଫ କରିଥିଲା। ସେ ଏକ ମାସରୁ ଅଧିକ ସମୟ ଇଡି ହେପାଜତରେ ବିତାଇଥିଲେ। ଏହି ସମୟ ମଧ୍ୟରେ କେଜ୍‌ରିଓ୍ବାଲ ଗିରଫକୁ ଚ୍ୟାଲେଞ୍ଜ କରି କୋର୍ଟରେ ଏକ ପିଟିସନ ମଧ୍ୟ ଦାଖଲ କରିଥିଲେ। ତାଙ୍କ ଗିରଫ ବେଆଇନ ବୋଲି ଦିଲ୍ଲୀ ସିଏମ କହିଛନ୍ତି। ବର୍ତ୍ତମାନ ନିର୍ବାଚନ ପ୍ରଚାର ପାଇଁ ସୁପ୍ରିମକୋର୍ଟ କେଜ୍‌ରିଓ୍ବାଲଙ୍କୁ ଜୁନ ୨ ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। ତାଙ୍କୁ ଜୁନ ୨ରେ ଆତ୍ମସମର୍ପଣ କରିବାକୁ ପଡିବ।

ଦିଲ୍ଲୀର ଅବକାରୀ ନୀତି ମାମଲାରେ ଜାମିନ ପାଇବା ପରେ ଅରବିନ୍ଦ କେଜ୍‌ରିଓ୍ବାଲ ଜୋରଦାର ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ସେ ପ୍ରଥମେ ଦିଲ୍ଲୀରେ ଏକ ରୋଡ ସୋ ଆୟୋଜନ କରି ଜନସାଧାରଣଙ୍କ ସମର୍ଥନ ସଂଗ୍ରହ କରିଥିଲେ। ଏହା ପରେ ତାଙ୍କୁ ପଞ୍ଜାବରେ ପ୍ରଚାର କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.