କେଜ୍ରିୱାଲଙ୍କ ବିସ୍ଫୋରକ ବୟାନ : ‘ଇଚ୍ଛା ଯଦି ହେଉଛି ବିଜେପିକୁ ଭୋଟ୍ ଦେଇଦିଅ
: ଦିଲ୍ଲୀ ନିର୍ବାଚନକୁ ନେଇ ସରଗରମ ହେଲାଣି ଦେଶର ରାଜନୀତି । ସପ୍ତାହେ ପରେ ଦିଲ୍ଲୀରେ ପଡ଼ିବ ଭୋଟ୍ । ନିର୍ବାଚନ ତାରିଖ ଯେତିକି ଯେତିକି ପାଖେଇ ଆସୁଛି ରାଜନୈତିକ ବୟାନବାଜି ବି ସେତିକି ସେତିକି ବଢିବାରେ ଲାଗିଛି । ଏହାରି ଭିତରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ୍ର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଯେଉଁପରି ଭାବରେ ବୟାନ ରଖିଛନ୍ତି ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସେ କହିଛନ୍ତି, ୨୫ ହଜାର ଟଙ୍କାର ବୋଝ ଯଦି ଆପଣମାନେ ସମ୍ଭାଳିପାରିବେ ତାହାଲେ ବିଜେପିକୁ ଭୋଟ୍ ଦେଇ ଦିଅନ୍ତୁ । ହେଲେ ନିଜ ବିରୋଧୀଙ୍କୁ ଭୋଟ୍ ଦେବାକୁ କେଜ୍ରିୱାଲ କେମିତି କହିଲେ ତାହାକୁ ନେଇ ଚର୍ଚ୍ଚା କିନ୍ତୁ ଜୋର ।
ସରଗରମ ଦିଲ୍ଲୀ ରାଜନୀତି
କାହାକୁ କିଏ ଭୋଟ୍ ଦେବ କହିଲେଣି ନେତା
ଫେବୃଆରୀରେ ଦିଲ୍ଲୀର ବିଧାନସଭା ନିର୍ବାଚନ । ପ୍ରଚାର ମୈଦାନରେ ତିନିପ୍ରମୁଖ ଦଳର ନେତା । ଭୋଟରଙ୍କଠୁ ଭୋଟ୍ ହାତେଇବାକୁ ନେତାଏ ଭିନ୍ନଭିନ୍ନ ଯୋଜନା ବି କରୁଛନ୍ତି । ଜନତାଙ୍କ ବିଶ୍ବାସଭାଜନ ହେବା ଲାଗି ଚେଷ୍ଟା ବି କରୁଛନ୍ତି । ଏହାରି ଭିତରେ ଆପ୍ ମୁଖ୍ୟ କେଜ୍ରିୱାଲ ବିରୋଧୀଙ୍କୁ ଟାର୍ଗେଟ୍ କରି କହିଛନ୍ତି, ଏଥର ଦିଲ୍ଲୀରେ ଲଢେଇ ହେବ । ବିଜେପି କେବଳ ପ୍ରତିଶ୍ରୁତି ଦିଏ ହେଲେ କାମ କରେ ନାହିଁ । ଗରିବ ହଟାଇବା କଥା କୁହନ୍ତି ସେମାନେ ହେଲେ କିଛି କରନ୍ତି ନାହିଁ । କିଛି ଏମିତି କହି କଡ଼ା ଭାଷାରେ ସମାଲୋଚନା କରିଛନ୍ତି କେଜ୍ରିୱାଲ ।
ଦିଲ୍ଲୀକୁ ବଂଚାଇବାକୁ ହେଲେ ଆପ୍କୁ ଭୋଟ୍ ଦିଅ
ଲଗାତାର ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ହେବା ପରେ ବିବାଦରେ ଛନ୍ଦି ହୋଇ ପଡ଼ିଥିଲେ କେଜ୍ରିୱାଲ । ବହୁଚର୍ଚ୍ଚିତ ଦିଲ୍ଲୀ ମଦଦୁର୍ନୀତି ମାମଲାରେ ବି ଜେଲ୍ ଯାଇଥିଲେ । ସ୍ଥିତି ଏମିତି ହୋଇଥିଲା ଯେ ଶେଷରେ ସିଏମ ଚୌକି ଛାଡ଼ିବାକୁ ବାଧ୍ୟ ହେଲେ । ପରେ ପରେ ସ୍ବାସ୍ଥ୍ୟ ବିଭାଗର ଦୁର୍ନୀତିରେ ବି ଘାଂଟି ହେଲେ । ପୁରା ଘଟଣାକୁ ଦେଖିବା ପରେ ଗୋଟିଏ କଥା ସ୍ପଷ୍ଟ ଜଣାପଡୁଥିଲା କି, ଏଥର ଦିଲ୍ଲୀରେ ଆପ ସରକାର ହେବା ମୁସ୍କିଲ । ବୋଧହୁଏ ସେଇଥି ଲାଗି ଏମିତି ଆକ୍ରମଣାତ୍ମତ ମୁଦ୍ରାରେ ନଜର ଆସୁଛନ୍ତି କେଜ୍ରିୱାଲ । ଆପ୍ ମୁଖ୍ୟ ଆହୁରି ମଧ୍ୟ କହିଛନ୍ତି, ଦିଲ୍ଲୀର ବିକାଶରେ ଜନତାଙ୍କ ଟଙ୍କା ଲାଗିଛି । ନିଜେ ରୋଜଗାର କରି ଟ୍ୟାକ୍ସ ଦେଉଛନ୍ତି ଦିଲ୍ଲୀବାସୀ । ବଜାରରୁ ଡିଆସିଲିଟିଏ କିଣିଲେ ବି ସେଥିରେ ଜିଏସି ଲାଗୁଛି । ତେଣୁ ଲୋକମାନେ ଯେଉଁ ଟଙ୍କା ଦେଉଛନ୍ତି ସେ ପଇସା କେମିତି ଠିକ୍ରେ ଖର୍ଚ୍ଚ ହେବ ସେନେଇ ଦିଲ୍ଲୀ ସରକାର ସଜାଗ । ସେଇଥି ଲାଗି ତ ଫ୍ରିରେ ବସ୍ ଯାତ୍ରା, ମେଡ଼ିକାଲ ଖର୍ଚ୍ଚ, ସ୍କୁଲ ଓ କଲେଜ ତିଆରି କରାଯାଉଛି । ହେଲେ ବିଜେପି ସରକାର ନିଜ ସମର୍ଥକ, ସାଙ୍ଗ ଓ ସାଥୀଙ୍କର ବିକାଶ କଥା ବେଶୀ ଚିନ୍ତା କରେ । ଗରିବଙ୍କ ବିକାଶ ସେ ଦଳ କେବେ କରେ ନାହିଁ ବୋଲି କେଜ୍ରିୱାଲ କହିଛନ୍ତି ।
କେଜ୍ରିୱାଲ ମଡେଲରେ ସବୁ ଫ୍ରି
ଦିଲ୍ଲୀରେ ୧୦ ବର୍ଷ ହେଲାଣି ଆପ୍ ସରକାର ଚାଲିଛି । ପ୍ରଥମ ସରକାର କାଳରେ ଅନେକ ଯୋଜନା କରି ଦେଶରେ ଚର୍ଚ୍ଚା ସାଉଣ୍ଟିଥିଲେ । ହେଲେ ଦୁର୍ନୀତିର ଛିଟା ଲାଗିଥିଲା ଦ୍ବିତୀୟ ବର୍ଷରେ । ପାଖାପାଖି ୩୦୦ କୋଟିରୁ ଉର୍ଦ୍ଧ୍ବ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଜଣାପଡ଼ିବା ପରେ ମାମଲାର ତଦନ୍ତ ହେଲା । ଆପର ନେତା ଓ ମନ୍ତ୍ରୀ ଜେଲ ବି ଗଲେ । ହେଲେ ଏବେ କେଜ୍ରିୱାଲ କହିଛନ୍ତି, ବିଗତ ୫ ବର୍ଷରେ ୫୦୦ ଲୋକଙ୍କ କରଜ ଛାଡ କରିଛନ୍ତି ବିଜେପି ସରକାର । ତାହା ପୁଣି କେବଳ ବିଜେପି କର୍ମୀଙ୍କର । ଯାହାଙ୍କ ଉପରେ ୪୭ ହଜାର କୋଟି ଟଙ୍କାର ଋଣ ଥିଲା ତାକୁ ମାତ୍ର ୪୦୦-୫୦୦ କୋଟିରେ ଛିଣ୍ଡାଇଦେଲେ । ହେଲେ ସେମାନେ ମନେ ରଖିବା ଦରକାର, ଏ ଟଙ୍କା ସାଧାରଣ ଲୋକଙ୍କର ।
ବିଜେପି ଦଳ