ଏକାଠି ଫିଲ୍ମ କରିବେ କିଙ୍ଗଖାନ୍ ଓ ତାଙ୍କ ଝିଅ ସୁହାନା

0

ନୂଆଦିଲ୍ଲୀ (ଆମ ଟିଭି): ଚର୍ଚ୍ଚାରେ ବଲିଉଡର କିଙ୍ଗ ଶାହରୁଖ ଖାନ୍ ଏବଂ ଲାଡଲୀ ସୁହାନା ଖାନ୍ । ‘ଜୱାନ’ କୁ ନେଇ ଚର୍ଚ୍ଚାରେ ଥିବା ଶାହାରୁଖ ଏବେ ଝିଅ ସୁହାନା ସହ ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ଲାଡଲୀ ସୁହାନା ଖାନଙ୍କ ଡେବ୍ୟୁ ଫିଲ୍ମ ‘ଦି ଆର୍କିଜ୍’ ଚଳିତ ବର୍ଷ ରିଲିଜ୍ ହେବାକୁ ଯାଉଛି । ପ୍ରଶଂସକମାନେ ଏହି ଫିଲ୍ମକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି । ସାମ୍ପ୍ରତିକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ବାପା ଏବଂ ଝିଅ ଅର୍ଥାତ୍ ଶାହାରୁଖ ଏବଂ ସୁହାନା ପରବର୍ତ୍ତୀ ପ୍ରୋଜେକ୍ଟରେ ବଡ଼ ପରଦାରେ ଏକାଠି ଦଜର ଆସିବେ । ସୁଜୟ ଘୋଷଙ୍କ ନିର୍ଦ୍ଦେଶନାରେ ଏହି ଚଳଚ୍ଚିତ୍ରଟି ପ୍ରସ୍ତୁତ ହେବ । ଏହା ଏକ ସ୍ପାଏ-ଥ୍ରୀଲର ଫିଲ୍ମ ହେବ ।ଏଥିରେ ସୁହାନା ଖାନ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକାରେ ନଜର ଆସିବେ ।

ଅନ୍ୟପଟେ, ଫିଲ୍ମ ‘ଡିୟର ଜିନ୍ଦେଗୀ’ରେ ଶାହାରୁଖ ଆଲିଆ ଭଟ୍ଟଙ୍କ ସହିତ ଯାହା କରିଥିଲେ, ତାହା ଏହି ଫିଲ୍ମରେ ହେବ ।ସୁହାନାଙ୍କ ଭୂମିକା ବିଷୟରେ କୁହାଯାଉଛି ଯେ ତାଙ୍କୁ ଏହି ଫିଲ୍ମରେ ଜଣେ ଗୁପ୍ତଚର ଭୂମିକାରେ ଦେଖିବାକୁ ମିଳିବ। ଉଭୟ ବାପା–ଝିଅ ଏକାଠି ନଜର ଆସୁଥିବାବେଳେ ଫିଲ୍ମଟି ହିଟ୍ ହେବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.