ଜାଣନ୍ତୁ ବିରୋଧୀ ମେଣ୍ଟର ନାଁ କ’ଣ ରହିବ?

0

ନୂଆଦିଲ୍ଲୀ ( ଆମ ଟିଭି): ମୋଦୀଙ୍କୁ ହଟାଇବା ପାଇଁ ବିରୋଧୀ ଏବେ ଏକଜୁଟ୍ ହେବାରେ ଲାଗିଛନ୍ତି । ପାଟନାରେ ବିଜେପି ବିରୋଧୀଙ୍କ ମହାବୈଠକ ପରେ ଏବେ ବିରୋଧୀ ମେଣ୍ଟର ନାମ କଣ ରହିବ ତାହା ସ୍ଥିର ହୋଇଥିବା ସୂତ୍ର ସୂଚନା ମିଳିଛି । ଏହି ମେଣ୍ଟର ନାମ Patriotic Democratic Alliance ବା ପିଡିଏ ବୋଲି ରଖାଯିବା ନେଇ ସ୍ଥିର ହୋଇଥିବା କଥା ସୂତ୍ର ସୂଚନା ରହିଛି । ଆଗାମୀ ଦିନରେ ସିମଳାରେ ହେବାକୁ ଥିବା ବିରୋଧୀ ମେଣ୍ଟ ବୈଠକରେ ଏହି ନାମ ଘୋଷଣା ହୋଇପାରେ ବୋଲି ଅନୁମାନ କରାଯାଉଛି । ସୂଚନା ଥାଉକି ୧୫ଟି ବିରୋଧୀ ରାଜନୈତିକ ଦଳର ନେତାମାନେ ବିହାରର ପାଟନା ଠାରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ କରିଥିଲେ ।

ସେପଟେ ଏହି ବୈଠକ ପରେ ନୀତିଶ କୁମାର ଜାତୀୟ ସ୍ତରର ନେତା ଭାବେ ପରିଚିତ ହୋଇଛନ୍ତି । ଏହାସହ ବୈଠକରେ ଆରଜେଡି ନେତା ଲାଲୁ ଯାଦବଙ୍କ ବୟାନ ପରେ ସେ ପୁଣିଥରେ ରାଜନୀତିକୁ ଫେରୁଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.