ଭୁବନେଶ୍ୱର( ଆମ ଟିଭି): ରାଜ୍ୟରେ ବିଦ୍ୟୁତ୍ କାଟକୁ ନେଇ ଟାଟା ପାୱାର ଉପରେ ଲୋକଙ୍କର ପ୍ରବଳ ଜନଅସନ୍ତୋଷ ରହିଛି । ଏହାରି ଭିତରେ କାଳବୈଶାଖୀର ମୁକାବିଲା ଓ ନିରବଚ୍ଛିନ୍ନ ବିଜୁଳି ସେବାକୁ ସୁନିଶ୍ଚିତ କରିବା ପାଇଁ ଅଣ୍ଟା ଭିଡ଼ିଛି ଟାଟା ପାୱାର । ସ୍ୱାଭାବିକ ବିଜୁଳି ସେବା ଯୋଗାଇ ଦେବା ଲକ୍ଷ୍ୟରେ ଟିପିଏସ-ଓଡିଏଲ୍ ପକ୍ଷରୁ ବିଜୁଳି ଉପକରଣ ଓ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଟାଟା ପାୱାର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କାଳବୈଶାଖୀ ଭଳି ପରିସ୍ଥିତିର ମୁକାବିଲା ପାଇଁ ୪ ହଜାର ୪୨୦ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ।
ଏହା ସହ ବିଦ୍ୟୁତ ଖୁଂଟ, କଣ୍ଡକ୍ଟର, ହାଇଡ୍ରା ଓ ପୋଲମାଷ୍ଟର ଆଦି ପ୍ରଦାନ କରାଯାଇଛି । ରାତିର ଅନ୍ଧାରରେ ପୁର୍ନରଉଦ୍ଧାର କାର୍ୟ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଆସ୍କା ଲାଇଟର ବ୍ୟବସ୍ଥା କରାଯାଇଛି । ସେହିପରି ଜରୁରୀକାଳୀନ ସ୍ଥିତିର ସାମ୍ନା ପାଇଁ ୭ଶହ କର୍ମଚାରୀ ପ୍ରସ୍ତୁତ ରହିଛନ୍ତି । ଯେ କୌଣସି ସମୟରେ ସ୍ଥିତିର ମୁକାବିଲା ପାଇଁ ଏମାନେ ପ୍ରସ୍ତୁତ ରହିଛନ୍ତି ।