ଜାଣନ୍ତୁ କେଉଁଠୁ ପାଇବେ ‘ସୁଭଦ୍ରା’ ଫର୍ମ

0

ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ‘ସୁଭଦ୍ରା’ ଯୋଜନାର ଗାଇଡ୍‌ଲାଇନ ଜାରି କରାଯାଇଛି। ଏଥିସହ ବିଭାଗର ପ୍ରମୁଖ ସଚିବ ଶୁଭା ଶର୍ମା ସମସ୍ତ ଜିଲାପାଳ ଏବଂ ମ୍ୟୁନିସିପାଲ କମିଶନରଙ୍କୁ ଚିଠି କରିଛନ୍ତି। ସୁଭଦ୍ରା ଯୋଜନାର ଲାଭ ଯେପରି ରାଜ୍ୟର ସମସ୍ତ ଯୋଗ୍ୟ ମହିଳା ଉଠାଇପାରିବେ ସେ ନେଇ ପର୍ଯ୍ୟାପ୍ତ ସଂଖ୍ୟକ ଫର୍ମ ମୁଦ୍ରଣ କରିବା ଉପରେ ଚିଠିରେ ଗୁରୁତ୍ୱାରୋପ କରାଯାଇଛି। ଏହି ଫର୍ମ ଜିଲା ଓ ନିଗମ ମାଇକ୍ରୋ ଯୋଜନା ଅନୁଯାୟୀ ଏକାଧିକ ସ୍ଥାନରେ ବଣ୍ଟନ କରାଯିବ। ଚିଠିରେ ଫର୍ମ ପାଇଁ ଅନୁମୋଦିତ ହୋଇଥିବା ଡିଜାଇନ ସଂଲଗ୍ନ କରାଯାଇଛି। ଫର୍ମଟି ସମ୍ପୂର୍ଣ୍ଣ ଓଡ଼ିଆରେ ହେବା ସହ ଏହାର ପ୍ରିଣ୍ଟିଂ (ଆଗ, ପଛ) ମଲ୍ଟିକଲର ହେବ। ସେହିଭଳି କାଗଜର ଆକାର ୮.୩ ଇଞ୍ଚ X ୧୧.୭ ଇଞ୍ଚ, କାଗଜର ରଙ୍ଗ ଧଳା ମ୍ୟାପ୍ଲିଥୋ T ଏହାର ଘନତା ୯୦ଗ୍ରାମ ହେବା ଆବଶ୍ୟକ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।

Leave A Reply

Your email address will not be published.