ଅଭିନେତ୍ରୀ ଜ୍ୟାକଲିନଙ୍କୁ ବଡ଼ ଆଶ୍ୱସ୍ତି
ନୂଆଦିଲ୍ଲୀ (ଆମ ଟିଭି): ମନିଲଣ୍ଡରିଂ ମାମଲାରେ ଅଭିନେତ୍ରୀ ଜ୍ୟାକଲିନଙ୍କୁ ବଡ଼ ଆଶ୍ୱସ୍ତି । ୨୦୨୨ ନଭେମ୍ବର୧୫ ରେ ଜ୍ୟାକଲିନଙ୍କୁ ଏହି ମାମଲାରେ ଆଗୁଆ ଜାମିନ ପ୍ରଦାନ କରାଯାଇ ବିଦେଶ ଯିବାକୁ ହେଲେ କୋର୍ଟଙ୍କ ଅନୁମତି ଆଣିବାକୁ ପଡିବ ବୋଲି କୁହାଯାଇଥିଲା। ତେବେ ଏହି ମାମଲାକୁ ନେଇ ପ୍ରତିଦିନ କିଛି ନା କିଛି ନୂଆ ଖବର ଶୁଣିବାକୁ ମିଳୁଛି। କିଛିଦିନ ହେବ ଜ୍ୟାକଲିନ କୋର୍ଟରେ ଏକ ଆବେଦନ କରିଥିଲେ। ଏହି ଆବେଦନକୁ କୋର୍ଟ ମଞ୍ଜୁରୀ ଦେଇଥିବା କୁହାଯାଉଛି।
ଏହି ଆବେଦନରେ ଜ୍ୟାକଲିନ ବିଦେଶ ଯିବାକୁ କୋର୍ଟଙ୍କୁ ଅନୁମତି ମାଗିଥିଲେ। ଉକ୍ତ ଆବେଦନ ଉପରେ ବିଚାର କରି ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଜ୍ୟାକଲିନକୁ ବିଦେଶ ଯିବାକୁ ଅର୍ଥାତ ଦୁବାଇ ଯାତ୍ରା କରିବାକୁ କିଛି ସର୍ତ୍ତି ରଖି ଅନୁମତି ଦେଇ ଦେଇଛନ୍ତି। ଏଥିସହିତ ଜ୍ୟାକଲିନ ଏହି ଯାତ୍ରା ସମୟରେ ଯେକୌଣସି ସ୍ଥାନରେ ରହି ପାରିବେ । ଏହା ଅଭିନେତ୍ରୀଙ୍କ ପାଇଁ ଏକ ବଡ଼ ଖୁସି ଖବର ରହିଛି ବୋଲି କୁହାଯାଇଛି।