ପୁଣି ଇଡିରେ ହାଜର ହେଲେ ବିଧାୟକ ବ୍ରଜ ପ୍ରଧାନ

0

ଭୁବନେଶ୍ୱର (ଆମ ଟିଭି): ପୁଣି ଇଡିରେ ହାଜର ହେଲେ ବିଧାୟକ ବ୍ରଜ ପ୍ରଧାନ । ପ୍ରବର୍ତନ ନିର୍ଦ୍ଦେଶାଳୟ ବା ଇଡିରେ ପୁଣି ଥରେ ହାଜର ହୋଇଛନ୍ତି ତାଳଚେର ବିଧାୟକ ବ୍ରଜ ପ୍ରଧାନ । ଖଣି ମାମଲାକୁ ନେଇ ଇଡି ବିଧାୟକଙ୍କୁ ପଚରାଉଚୁରା କରୁଥିବା ସୂଚନା ମିଳିଛି । ଖଣି କାରବାରରେ ତାଙ୍କ ସମ୍ପୃକ୍ତିକୁ ନେଇ ଗତ ସପ୍ତାହରେ ଇଡିରେ ହାଜର ହୋଇ ପକ୍ଷ ରଖିଥିଲେ ।

ତେବେ ଜେରା ବେଳେ ବ୍ରଜ ପ୍ରଧାନ ଆବଶ୍ୟକ କାଗଜପତ୍ର ଦାଖଲ କରିପାରିନଥିବା ସୂଚନା ମିଳିଥିଲା । ତେଣୁ ଦ୍ୱିତୀୟ ଥର ପାଇଁ ଇଡି ତାଙ୍କୁ ହାଜର ହେବାକୁ କହିଥିବା ସୂଚନା ରହିଛି ।

Leave A Reply

Your email address will not be published.