ଭୁବନେଶ୍ୱର (ଆମ ଟିଭି): ଦୁର୍ବଳ ହେଲା ଭୀଷଣ ବାତ୍ୟା । ଦୁର୍ବଳ ହୋଇ ବାତ୍ୟାରେ ପରିବର୍ତ୍ତନ ହେଲା । ସରିଲା ବାତ୍ୟା ଦାନାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହେଲା ଭୀଷଣ ବାତ୍ୟା । ଦାନା ଏବେ ଦୁର୍ବଳ ହୋଇ ଘଣ୍ଟାକୁ ୧୦ କିମି ବେଗରେ ଗତି କରୁଛି। ବାତ୍ୟା ଦୁର୍ବଳ ହୋଇ ଉତ୍ତର-ଉତ୍ତରପଶ୍ଚିମ ଆଡ଼େ ଗତି କରୁଛି।
ସ୍ଥଳଭାଗରେ ପବନର ବେଗ ୮୦ ରୁ ୯୦ କିମି ରହିଛି। ସେହିପରି ଝଟ୍କା ପବନର ବେଗ ୧୦୦ କିମି ପର୍ଯ୍ୟନ୍ତ ରହିଛି। ତେବେ ବାତ୍ୟା ପରବର୍ତ୍ତୀ ୬ ଘଣ୍ଟାରେ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ।
ସୂଚନା ଥାଉକି, ମଧ୍ୟରାତ୍ରରେ ମାଡ଼ ହେଲା ବାତ୍ୟା ଦାନା। ଭିତରକନିକା ହବାଳିଖଟି ନେଚରକ୍ୟାମ୍ପ ନିକଟରେ ଅତିକ୍ରମ କଲା ସ୍ଥଳଭାଗ। ରାତି ୧୨ଟା ୫ରୁ ଆରମ୍ଭ ହୋଇଥିଲା ଲ୍ୟାଣ୍ଡଫଲ ପ୍ରକ୍ରିୟା। ରାତି ପ୍ରାୟ ସାଢ଼େ ଗୋଟାଏରୁ ସାଢ଼େ ୩ଟା ମଧ୍ୟରେ ବାତ୍ୟା ଦାନା ହବାଳିଖଟି ନେଚରକ୍ୟାମ୍ପ ନିକଟରେ ଅତିକ୍ରମ କରିଥିଲା ସ୍ଥଳଭାଗ। ଏହାର ପ୍ରଭାବରେ ଘଣ୍ଟା ପ୍ରତି ୧୦୦ରୁ ୧୨୦ କିମି ବେଗରେ ବହିଥିଲା ପବନ। ଫଳରେ ଟଳିପଡ଼ିଥିଲା ଅନେକ ଗଛ। ଭାଙ୍ଗି ଯାଇଥିଲା ଚାଳ ଛପର ଘର।