ରାଜ୍ୟ କ୍ୟାବିନେଟରେ ବଡ଼ ନିଷ୍ପତ୍ତି: ମା’-ବାପାଙ୍କ ମୃତ୍ୟୁ ହେଲେ ଏଣିକି ଝିଅଙ୍କୁ ମିଳିବ ଚାକିରି

0

ଭୁବନେଶ୍ୱର (ଆମ ଟିଭି): ରାଜ୍ୟ କ୍ୟାବିନେଟ ବୈଠକ ଶେଷ ହୋଇଛି। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି। ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ ଏଣିକି ଝିଅଙ୍କୁ ମିଳିବ ଚାକିରି। ମା’-ବାପାଙ୍କ ଉପରେ ନିର୍ଭରଶୀଳ ବିବାହିତା ଝିଅ/ ସାବତ ଝିଅଙ୍କୁ ନିଯୁକ୍ତି ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ଥଇଥାନ ଯୋଜନାରେ ବିବାହିତା କିମ୍ବା ସାବତ ଝିଅଙ୍କୁ ଚାକିରି ମିଳିବ। ସେହିପରି ଅଗ୍ନିବୀରଙ୍କୁ ନେଇ କ୍ୟାବିନେଟରେ ବଡ଼ ନିଷ୍ପତ୍ତି ହୋଇଛି। ଅଗ୍ନିବୀରଙ୍କ ପାଇଁ ରାଜ୍ୟ ୟୁନିଫର୍ମ ସର୍ଭିସରେ ୧୦% ସ୍ଥାନ ସଂରକ୍ଷଣକୁ ମଞ୍ଜୁରୀ ମିଳିଛି।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକ ବସିଥିଲା। । ଅନ୍ୟପଟେ, ଭାଜପା କାର୍ଯ୍ୟାଳୟରେ ରାଜ୍ୟ ସଭାପତିଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ୧୭ରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଗସ୍ତ ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ବସୁଛି। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ପ୍ରଭାରୀ ବିଜୟ ପାଲସିଂ ତୋମାର ଯୋଗ ଦେବେ। ସୁଭଦ୍ରା ଯୋଜନା ସହ ସଦସ୍ୟତା ଅଭିଯାନ ନେଇ ବୈଠକରେ ଆଲୋଚନା ହେବ।

Leave A Reply

Your email address will not be published.