ଜନ୍ମ ଦିନ କେକ୍ ଖାଇ ଚାଲିଗଲା ଜୀବନ

0

ଜନ୍ମ ଦିନ ପାଇଁ ଅନଲାଇନରେ କେକ ଅର୍ଡର କରି ଅଣା ଯାଇଥିଲା। ପରିବାର ଲୋକ ୧୦ ବର୍ଷୀୟ ଝିଅର ଜନ୍ମଦିନରେ ଅନଲାଇନରୁ ଆସିଥିବା କେକୁ ବେଶ ହସଖୁସିରେ କାଟି ଥିଲେ। ଖୁସିରେ ସମସ୍ତେ ଏହାକୁ ଖାଇଥିଲେ।

କିନ୍ତୁ ଏହି କେକ ସେମାନଙ୍କ ସୁନାର ସଂସାରକୁ ଭାଙ୍ଗି ଚୂରମାର କରି ଦେଇଛି। କେକ ଖାଇବା ପରେ ଚାଲି ଯାଇଛି ୧୦ ବର୍ଷୀୟ ଝିଅର ଜୀବନ। ତାଙ୍କ ସାନ ଉଭଣୀ ସମେତ ପରିବାର ସବୁ ସଦସ୍ୟ କେକ୍‌ ଖାଇବା ପରେ ଅସୁସ୍ଥ ହୋଇପଡ଼ିଥିଲେ।

ଏଭଳି ଏକ ଘଟଣା ଗତ ସପ୍ତାହରେ ପଞ୍ଜାବର ପଟିଆଲାରେ ଘଟିଛି। ୧୦ ବର୍ଷୀୟ ଝିଅର ଜନ୍ମ ଦିନ ପାଇଁ ପଟିଆଲାର ଗୋଟିଏ ବେକରୀରୁ ପରିବାର ଲୋକ ଅନଲାଇନରେ କେକ ମଗାଇ ଥିଲେ। ଏବେ ଉକ୍ତ ବେକରୀର ଅଡ଼ୁଆ ବଢ଼ିଛି।

୧୦ ବର୍ଷୀୟ ମାନବୀ ମୃତ୍ୟୁ କିଛି ଘଣ୍ଟା ପୂର୍ବରୁ ବେଶ ଖୁସିରେ ଜନ୍ମ ଦିନର କେକ କାଟିବା ସହ ପରିବାର ଲୋକଙ୍କ ସହ ଉତ୍ସବ ମନାଉଥିଲେ। ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

Leave A Reply

Your email address will not be published.