ବଜ୍ରପାତରେ ଚାଲିଗଲା ଫାଇନାନ୍ସ କର୍ମଚାରୀଙ୍କ ଜୀବନ, ୨ ଗୁରୁତର
ଢେଙ୍କାନାଲ ଜିଲା କାମାକ୍ଷାନଗର ରଙ୍ଗାଲି ବାମପାଶର୍ବ କୋନାଲ ନିକଟସ୍ଥ ବାଘୁଆ ଗ୍ରାମରେ ଶୁକ୍ରବାର ଏକ ଅଘଟଣ ଘଟିଛି।
ବଜ୍ରପାତରେ ଜଣେ ଫାଇନାନ୍ସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୨ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।