ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳୁଛି ଋଣ, ମିଶନ ଶକ୍ତିର ମା’ଙ୍କୁ ଉଦ୍ୟୋଗୀ କରିବାକୁ ଉଦ୍ୟମ କରୁଛନ୍ତି ନବୀନ: ବିଜେଡି

0

ଭୁବନେଶ୍ୱର (ଆମ ଟିଭି): ଓଡ଼ିଶାର ମହିଳାଙ୍କୁ ନେଇ ବିଜେଡିର ପ୍ରେସମିଟ୍ । ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ସଂତୃପ୍ତ ମିଶ୍ର କହିଛନ୍ତି, ମହିଳା ମାନଙ୍କ ଗୁରୁତ୍ୱ ସମସ୍ତଙ୍କ ଜୀବନ ସହ ଜଡିତ । ସେମାନେ ଶକ୍ତି ସ୍ୱରୂପା । ଏହି ଶକ୍ତି ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଅଛି । କାରଣ ମୁଖ୍ୟମନ୍ତ୍ରୀଙ୍କ ପାଇଁ ମହିଳା ସଶକ୍ତିକରଣ ଏକ ସ୍ଲୋଗାନ ନୁହେଁ, ବରଂ ଏହାକୁ କାମରେ ପରିଣତ କରାଯାଇଛି । ପଞ୍ଚାୟତ ନିର୍ବାଚନରେ ୫୦% ସଂରକ୍ଷଣ ଏହାର ପ୍ରତୀକ । ରାଜ୍ୟର ୫୦% ମହିଳା, ତେଣୁ ଏହି ୫୦% ମହିଳା ଆଗକୁ ଗଲେ ହିଁ ରାଜ୍ୟ ଆଗେଇବ । ମାଆ ମାନଙ୍କୁ ଧନ୍ୟବାଦ ଯେ ମିଶନ ଶକ୍ତି ଜରିଆରେ ୭୦ ଲକ୍ଷ ମହିଳା ଏକାଠି ହୋଇଛନ୍ତି, ଏ ସମସ୍ତ ମହିଳା ଗୋଟେ ପ୍ଲାଟଫର୍ମକୁ ଆସିଛନ୍ତି ।

ମିଶନ ଶକ୍ତି ଗୋଟେ ବିଭାଗ ହୋଇଥିବାରୁ ବଜେଟ ବି ଅଛି । ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି, ମହିଳାଙ୍କ ପରିଚୟର ରୂପାନ୍ତରିକରଣ । ନେତା ବା ଉଦ୍ୟୋଗୀ ଭାବେ ମିଶନ ଶକ୍ତି ସେମାନଙ୍କୁ ପରିଚୟ ଦେଇଛି । ମିଶନ ଶକ୍ତି କର୍ମୀଙ୍କୁ ୟୁନିଫର୍ମ ଓ ବ୍ଲେଜର ଦିଆଯାଇଛି, ୪୦ ହଜାର ମିଶନ ଶକ୍ତି ମହିଳାଙ୍କୁ ସ୍କୁଟର ଦିଆଯାଇଛି । ମିଶନ ଶକ୍ତିର ମହିଳା ମାନେ ବିଦେଶ ଯାତ୍ରା କରି କରୁଛନ୍ତି । ଏହା ସମ୍ଭବ କାରଣ ସବୁ କାର୍ଯ୍ୟରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସହଯୋଗ କରି ଆସିଛନ୍ତି । ମିଶନ ଶକ୍ତିର ଭବିଷ୍ୟତ ହେଉଛି ଯେ ମହିଳାଙ୍କୁ ଉଦ୍ୟୋଗୀ କରିବା ସହ ଉତ୍ପାଦିତ ସାମଗ୍ରୀକୁ ଗ୍ଲୋବାଲ ପ୍ଲାଟଫର୍ମ ଦିଆଯିବ । ସେମାନେ ଆଗକୁ ଯାଇ ପରିଚୟ ପାଇବେ । ନାରୀ ମାନଙ୍କ ସ୍ବପ୍ନ ଓ ଆର୍ଥିକ ନିର୍ଭରତା ସାକାର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସକୁ ସମସ୍ତେ ମନେ ରଖିବେ ।

Leave A Reply

Your email address will not be published.