ମନୀଷ ସିସୋଡିଆଙ୍କୁ ମିଳିଲା ଜାମିନ୍

0

ନୂଆଦିଲ୍ଲୀ(ଆମ ଟିଭି): ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ଦଳର ନେତା ମନୀଷ ସିସୋଡିଆଙ୍କୁ କୋର୍ଟ ୩ ଦିନ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। ସିସୋଡିଆ ୟୁପିର ଲକ୍ଷ୍ନୌରେ ତାଙ୍କ ଭଣଜାଙ୍କ ବିବାହ ଉତ୍ସବରେ ଯୋଗଦେବା ପାଇଁ ୧୨ ରୁ ୧୬ ଫେବୃଆରୀ ପର୍ୟ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ଜାମିନ ମାଗିଥିଲେ।

ଏହାପୂର୍ବରୁ କୋର୍ଟ ତାଙ୍କ ଅସୁସ୍ଥ ପତ୍ନୀଙ୍କୁ ସପ୍ତାହରେ ଥରେ ଭେଟିବା ପାଇଁ ସିସୋଡିଆକୁ ଅନୁମତି ମଧ୍ୟ ଦେଇଥିଲେ। ଏହି ସମୟ ମଧ୍ୟରେ ଡାକ୍ତରମାନେ ମନୀଷ ସିସୋଡିଆଙ୍କୁ ମଧ୍ୟ ଭେଟି ପାରିବେ। ପରବର୍ତ୍ତୀ ଆଦେଶ ପର୍ୟ୍ୟନ୍ତ ଏହି ବ୍ୟବସ୍ଥା ବଳବତ୍ତର ରହିବ ।

 

Leave A Reply

Your email address will not be published.