ମିନି ଅଙ୍ଗନୱାଡି କେନ୍ଦ୍ର ଉନ୍ନୀତ

0

ଭୁବନେଶ୍ୱର (ଆମ ଟିଭି): ମିନି ଅଙ୍ଗନବାଡି କେନ୍ଦ୍ର ଉନ୍ନୀତ । ରାଜ୍ୟ ସରକାର ରାଜ୍ୟର ୨୮୩୬ ମିନି ଅଙ୍ଗନବାଡିଙ୍କୁ ଉନ୍ନୀତ କରି ଅଙ୍ଗନବାଡି କେନ୍ଦ୍ରରେ ପରିଣତ କରିଛନ୍ତି । ରାଜ୍ୟରେ ଶିଶୁ ଓ ମହିଳା ମାନଙ୍କ ସ୍ୱାସ୍ଥ୍ୟ ଓ ସଚେତନତା ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି । ରାଜ୍ୟରେ ବର୍ତ୍ତମାନ ୭୪,୧୫୪ ଅଙ୍ଗନବାଡି କେନ୍ଦ୍ର ମଧ୍ୟରୁ ୧୦,୪୧୬ ମିନି ଅଙ୍ଗନବାଡି ଥିଲା । ସେଥିରୁ ୨୮୩୬ କୁ ଏବେ ଉନ୍ନୀତ କରାଯାଇଛି ।

ଏଥିସହିତ ଏହି ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ବିଭିନ୍ନ କାର୍ଯ୍ୟ ପରିଚାଳନା ପାଇଁ ଯଥା ଔଷଧ, ଆସବାବପତ୍ର ଓ ପ୍ରଶାସନିକ ଖର୍ଚ୍ଚ ତୁଲାଇବା ପାଇଁ ଅଧିକ ପାଣ୍ଠିର ବ୍ୟବସ୍ଥା ମଧ୍ୟ କରାଯିବ । ଏଥିପାଇଁ ସାରା ରାଜ୍ୟରେ ୧୧୪ଟି ସୁପରଭାଇଜର ନିଯୁକ୍ତି କରାଯିବ । ଏହି ଅପଗ୍ରେଡେଶନ ସହିତ ପ୍ରତ୍ୟେ୍କ ଅଙ୍ଗନବାଡି କେନ୍ଦ୍ରରେ ସେମାନଙ୍କୁ ସହାୟତା କରିବା ପାଇଁ ଜଣେ ଜଣେ ସହାୟତା ନିଯୁକ୍ତି କରାଯିବ । ତେବେ ଏହାପାଇଁ ରାଜ୍ୟ ସରକାର ୧୮.୭୫ କୋଟି ଟଙ୍କା ଖର୍ଚ୍ଚ କରିବେ ।

Leave A Reply

Your email address will not be published.