ବିଜେଡିରେ ମିଶିଲେ ଝାରସୁଗୁଡ଼ା ଜିଲ୍ଲା ବିଜେପି ସଭାପତି

0

ଭୁବନେଶ୍ୱର (ଆମ ଟିଭି): ବିଜେଡିରେ ମିଶିଲେ ଝାରସୁଗୁଡା ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ । ଦଳ କରିଥିଲା ଷ୍ଟାର ପ୍ରଚାରକ ହେଲେ ରାତାରାତି ବଦଳିଳା ନିଷ୍ପତି । ଫୁଲ ହାତ ଛାଡି ଏବେ ଶଙ୍ଖ ହାତ ଧରିଲେ ମଙ୍ଗଳ ସାହୁ । ୨୫ ବର୍ଷରୁ ବିଜେପି ସହ ଥିଲେ । ବିଜେଡିକୁ ମଜବୁତ କରିବାକୁ କାମ କରିବେ ବୋଲି ମଙ୍ଗଳ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ବିଜେପିର ଶୃଙ୍ଖଳିତ କର୍ମୀ ଥିଲି ହେଲେ କାମ କରିବା ସମୟରେ କଷ୍ଟ ହେଉଛି । ସେଥିପାଇଁ ମୁ ବିଜେଡିରେ ଯୋଗଦେଲି । ଆଗକୁ ଆହୁରି ମିଶିବେ । ଯେଉଁ ସବୁ ବିଷୟ ଅଛି ଝାରସୁଗୁଡାରେ, ତାହା ମୁଖ୍ୟମନ୍ତ୍ରୀଙ୍କୁ ଦୃଷ୍ଟିକୁ ଆଣିବି ଆଉ ତାହା ସମାଧାନ ହେବ । ମୋର ପଦବୀ ଆଶା ନାହିଁ, ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଛି ।

Leave A Reply

Your email address will not be published.