ଭୁବନେଶ୍ବରରେ ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଂଚିଛନ୍ତି । ଆସନ୍ତାକାଲି ସେ ଜନତା ମଇଦାନଠାରେ ପ୍ରବାସୀ ଭାରତୀୟ ଦିବସ ସମାରୋହକୁ ଉଦଘାଟନ କରିବେ ।
ବିଶାଖାପାଟଣାରୁ ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱରରେ ପହଂଚିବା ପରେ ତାଙ୍କୁ ବିମାନ ବନ୍ଦରରେ ରାଜ୍ୟପାଳ ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଅନ୍ୟମାନେ ତାଙ୍କୁ ସ୍ୱାଗତ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଖିବା ପାଇଁ ବିଜୁପଟ୍ଟନାୟକ ବିମାନ ବନ୍ଦରରୁ ରାଜଭବନ ପର୍ଯ୍ୟନ୍ତ ରାସ୍ତା ପାଶ୍ୱର୍ରେ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିଲା । ବିମାନ ବନ୍ଦର ନିକଟରେ ପାରମ୍ପରିକ ବାଦ୍ୟଯନ୍ତ୍ର ଓ ପାରମ୍ପରିକ ନୃତ୍ୟ ସହ ମୋଦି ମୋଦି ନାରାରେ କମ୍ପୁଥିବାର ଦେଖିବାକୁ ମିଳିଛି । ରାସ୍ତା ପାର୍ଶ୍ୱରେ ଅପେକ୍ଷାରତ ସାଧାରଣ ଲୋକଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ହାତ ହଲାଇ ସେମାନଙ୍କ ଉତ୍ସାହିତ କରିଥିଲେ । ପ୍ରଧାନମନ୍ତ୍ରୀ ବିମାନ ବନ୍ଦରରୁ ସିଧାସଳଖ ରାଜଭବନ ଯାଇଛନ୍ତି । ସେଠାରେ ରାତ୍ରିଯାପନ କରିବେ । ଆଜି ପ୍ରଧାନମନ୍ତ୍ରୀଙ୍କର ଅନ୍ୟ କୌଣସି କାର୍ଯ୍ୟକ୍ରମ ରହିନାହିଁ ।