ମିଛ ଗ୍ୟାରେଣ୍ଟିର ଝୁଲା ନେଇ ବୁଲୁଛନ୍ତି ମୋଦି: ରାହୁଲ ଗାନ୍ଧୀ 

0

ନୂଆଦିଲ୍ଲୀ  (ଆମ ଟିଭି): ଏବେ ସବୁଠି ଚର୍ଚ୍ଚା ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ। ସାଧାରଣ ନାଗରିକଙ୍କଠାରୁ ନେତା ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ଯେମିତି ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ସମସ୍ତ ରାଜନୈତିକ ଦଳ ବିଜୟ ହାସଲ କରିବାକୁ ସମସ୍ତ ଚେଷ୍ଟା ଚଳାଇଛନ୍ତି। ଇତିମଧ୍ୟରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ମଣିପୁରରୁ ମୁମ୍ବାଇ ପର୍ଯ୍ୟନ୍ତ ୬,୭୦୦ କିଲୋମିଟରରୁ ଅଧିକ ରାସ୍ତା ଭାରତ ଯୋଡ ନ୍ୟାୟ ଯାତ୍ରା ଆରମ୍ଭ କରି ସାରିଛନ୍ତି।

ଏହି ଯାତ୍ରା ଜାନୁଆରୀ ୧୪ରେ ମଣିପୁରରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ରେ ମୁମ୍ବାଇରେ ଶେଷ ହେବ। ସେପଟେ ସେ କ୍ରମାଗତ ଭାବେ ଭାଜପା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ ଉପରେ ଟାର୍ଗେଟ କରୁଛନ୍ତି। ସୋମବାର ଖାଲି ପଡିଥିବା ପଦବୀ ପୂରଣ ନ କରିବାକୁ କଂଗ୍ରେସ ନେତା ଲକ୍ଷ୍ୟ ରଖି କହିଛନ୍ତି ଯେ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟ ହେଉଛି ଚାକିରୀ ଯୋଗାଇବା ନୁହେଁ। ଯୁବକମାନଙ୍କ ପାଇଁ ଚାକିରିର ବନ୍ଦ ଦ୍ୱାର ଖୋଲିବାକୁ ଇଣ୍ଡିଆ ମେଣ୍ଟ ନିଷ୍ପତ୍ତି ନେଇଛି।

 

 

 

 

 

 

 

 

 

Leave A Reply

Your email address will not be published.