କାଲି ଓଡ଼ିଶା ଆସିବେ ମୋଦି, ଚାଲିଛି ପ୍ରସ୍ତୁତି

0

ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଯାଜପୁର ଚଣ୍ଡିଖୋଲ ବେଣାପୁରଠାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ଏଥିସହ ସେଠାରେ ଆୟୋଜିତ ବିରାଟ ସାଧାରଣ ସଭାରେ ଉଦବୋଧନ ଦେବେ।

ମୋଦିଙ୍କ ଗସ୍ତକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ସମାବେଶସ୍ଥଳ ବେଣାପୁର ପଡିଆକୁ ଯାଇ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି ପୁଲିସ ଡିଜି ଅରୁଣ ଷଡ଼ଙ୍ଗୀ

ଡିଜିପିଙ୍କ ସହ ଥିଲେ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ, ଯାଜପୁର ଏସପି ଭିନିତ ଅଗ୍ରୱାଲଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀ। ବେଣାପୁର ପଡ଼ିଆରେ ଅସ୍ଥାୟୀ ହେଲିପ୍ୟାଡ଼ କରାଯାଇଛି। ପରୀକ୍ଷାମୂଳକ ଭାବେ ବାୟୁସେନାର ଦୁଇଟି ହେଲିକପ୍ଟର ସେଠାରେ ଲ୍ୟାଣ୍ଡିଂ କରିଛି। ହେଲିପ୍ୟାଡ଼ ସହ ସଭାସ୍ଥଳ ତନଖି କରାଯାଇଛି।

 

Leave A Reply

Your email address will not be published.