ବର୍ଷା ପାଣିରେ ବୁଡ଼ିଲା ମୋ ବସ୍, ପହଁରି ପହଁରି ବସରୁ ବାହାରି ଜୀବନ ବଞ୍ଚାଇଲେ ଯାତ୍ରୀ
ଜଟଣୀ(ଆମ ଟିଭି): ବର୍ଷା ପାଣିରେ ବୁଡିଲା ‘ମୋ ବସ୍’। ପହଁରି ପହଁରି ବସରୁ ବାହାରି ଜୀବନ ବଞ୍ଚାଇଲେ ଯାତ୍ରୀ। ଜଟଣୀ –ପିପିଲି ଅଣ୍ଡରଗ୍ରାଉଣ୍ଡରେ ପାଣି ଜମିଥିବାରୁ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ଯାହାଫଳରେ ବସ୍ରେ ଥିବା ଯାତ୍ରୀମାନେ ପହଁରି ପହଁରି ଉଚ୍ଚାସ୍ଥାନକୁ ଆସୁଥିବାର ଦେଖିବାକୁ ମିଳିଛି।
ଖବର ଅନୁଯାୟୀ, ଜଟଣୀ-ପିପିଲି ସଂଯୋଗ କରୁଥିବା ରାସ୍ତାରେ ଏହି ଅଣ୍ଡରଗ୍ରାଉଣ୍ଡ ରହିଛି । ଶନିବାର ଦିନ ଲଗାଣ ବର୍ଷା ହେବା ଫଳରେ ଅଣ୍ଡରଗ୍ରାଉଣ୍ଡରେ ପାଣି ଜମିରହିଥିଲା । ଯାହାଫଳରେ ଅଣ୍ଡରଗ୍ରାଉଣ୍ଡ ଦେଇ ଯାଉଥିବା ମୋ ବସ୍ଟି ପାଣିରେ ଫସି ରହିଥିଲା । ଅତ୍ୟଧିକ ବର୍ଷା ପାଣି ଜମି ରହିଥିବା ଲାଗି ବସ୍ଟି ଆଗକୁ ଯାଇପାରିନଥିଲା। ଶେଷରେ ବସ୍ରେ ଥିବା ଯାତ୍ରୀ ଓ କର୍ମଚାରୀମାନେ ପହଁରି ପହଁରି ବସରୁ ବାହାରି ଜୀବନ ବଞ୍ଚାଇଛନ୍ତି।